ଦୁଇ ବାଇକ୍‌ ଚୋର ଗିରଫ; ବାଇକ୍‌ ଜବତ

ଭୁବନେଶ୍ୱର: ମଙ୍ଗଳବାର ରାତିରେ ଖାରବେଳ ନଗର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦୁଇ ବାଇକ୍‌ ଚୋରଙ୍କୁ ଗିରଫ କରିଛି। ସେମାନଙ୍କ ନାଁ ଜନ ଖୁଣ୍ଟିଆ ଓ ଦେବୀପ୍ରସାଦ ଜେନା ବୋଲି ଜଣା ପଡ଼ିଛି। ଖୁସିରାମ ଧାରୁଆ ଓ ଗଙ୍ଗାଧର ସାହୁ ନାମକ ଦୁଇ ଜଣେ ବ୍ୟକ୍ତି ଗତ ୧୪ ତାରିଖ ଦିନ ତାଙ୍କ ଘର ଆଗରୁ ଗାଡ଼ି ଚୋରି ହୋଇଯାଇଛି ବୋଲି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଗତକାଲି ରାତିରେ ପୁଲିସର ଚେକିଂ ଚାଲିଥିବା ବେଳେ ଦୁଇ ବାଇକ୍‌ ଚୋର ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେମାନେ ପୁଲିସକୁ ଗାଡ଼ିର କାଗଜପତ୍ର ଠିକ୍‌ ଭାବେ ଦେଖାଇ ନ ପାରିବାରୁ ପୁଲିସ ମନରେ ସନ୍ଦେହ ହୋଇଥିଲା। ପୁଲିସ ଦୁହିଁଙ୍କୁ ଥାନାକୁ ନେଇ ପଚରାଉଚରା କରିବାରୁ ସେମାନେ ସବୁ ସତ କଥା ମାନି ଯାଇଥିଲେ। ଆଜି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର