ପୁରୁଲିଆରେ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା; ତୃଣମୂଳ କଂଗ୍ରେସକୁ ଦାୟୀ କରୁଛି ବିଜେପି

ପୁରୁଲିଆ: ବୁଧବାର ଦିନ ଦୁର୍ବୃତ୍ତମାନେ ଦୁଇ ଜଣ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ହତ୍ୟା କରିଛନ୍ତି। ହତ୍ୟା ପାଇଁ ବିଜେପି ତୃଣମୂଳ କଂଗ୍ରେସକୁ ଦାୟୀ କରିଛି।

୨୭ ବର୍ଷିୟ ଦୀପକ ମହାତୋ ଏବଂ ତାଙ୍କ ବାପା ୫୨ ବର୍ଷିୟ ଲାଲମୋହନ ମହାତୋଙ୍କୁ ବୁଧବାର ଦିନ ନୃଶଂସ ଭାବେ ହତ୍ୟା କରାଯାଇଛି। ଘଟଣା ସଂକ୍ରାନ୍ତରେ ଟୁଇଟ୍‌ କରି ପଶ୍ଚିମବଙ୍ଗର ବିଜେପି କହିଛି ଯେ ହତ୍ୟା କରାଯାଇଥିବା ୨୭ ଜଣ ବିଜେପି କର୍ମୀଙ୍କ ମଧ୍ୟରୁ କେବଳ ପୁରୁଲିଆରେ ୫ ଜଣଙ୍କୁ ହତ୍ୟା କରାଯାଇଛି।

ବିଜେପି ବେଙ୍ଗଲ୍‌ ଟୁଇଟ୍‌ କରିଛି: ତୃଣମୂଳ କଂଗ୍ରେସ ରକ୍ତ ପିପାସୁ ପିଶାଚ ପାଲଟି ପୁରୁଲିଆ ଓ ପଶ୍ଚିମବଙ୍ଗକୁ ନରକରେ ପରିଣତ କଲାଣି।
ରାଜ୍ୟରେ ହିଂସାକାଣ୍ଡ ନିମନ୍ତେ ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗିୟା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି।

ପଶ୍ଚିମବଙ୍ଗରେ ନରହତ୍ୟା ଚାଲିଛି। ବିଜେପିର ନିରବଚ୍ଛିନ୍ନ ପ୍ରତିବାଦ ଓ ତଦନ୍ତ କରିବା ନିମନ୍ତେ ଦାବି ସତ୍ତ୍ୱେ ହତ୍ୟାର ତାଣ୍ଡବ ରଚୁଥିବା ତୃଣମୂଳ କଂଗେସର ଗୁଣ୍ଡାମାନଙ୍କୁ ମମତା ବାନାର୍ଜୀ ସରକାର ସୁରକ୍ଷା ଦେଉଛି।

ସମ୍ବନ୍ଧିତ ଖବର