କାମ ଦେବାକୁ କହି ୨୨ବର୍ଷୀୟା ପୀଡ଼ିତାଙ୍କ ସହ ୪ଦିନ ଧରି ଦୁଷ୍କର୍ମ କଲେ ଦୁଇ ଭାଇ

ନୂଆଦିଲ୍ଲୀ : ଦିଲ୍ଲୀର ଅମର କଲୋନୀରେ ଦୁଇ ଭାଇ ଦ୍ୱାରା ଜଣେ ୨୨ବର୍ଷୀୟ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ୪ଦିନ ଧରି ଅଭିଯୁକ୍ତମାନେ ଏଭଳି ଦୁଷ୍କର୍ମ କରିଥିବା ବେଳେ ଘଟଣାର ଖବର ପାଇ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।

IBTimes India

ସୂଚନା ମୁତାବକ, ପୀଡ଼ିତା ଘରେ ଝଗଡ଼ା କରି କାନପୁରରୁ ଦିଲ୍ଲୀ ଆସି ଯାଇଥିଲେ । ନିଜାମ୍ମୁଦ୍ଦିନ ରେଳ ଷ୍ଟେସନରେ ଗୋଟେ ଦିନ ରହିବା ପରେ ପରଦିନ କାମ ଖୋଜିବା ପାଇଁ ଲାଜପତ ନଗର ପହଞ୍ଚିଥିଲେ ପୀଡ଼ିତା । ଲାଜପତ ନଗରରେ ଥିବା ଜଣେ ଚା’ ଦୋକାନୀ ପୀଡ଼ିତାଙ୍କୁ ନିଜ ଘରେ କାମ ଦେବାକୁ ପ୍ରତିଶୃତି ଦେଇ ଗୋଟେ ଦିନ ପାଇଁ ନିଜ ଚା’ ଦୋକାନରେ କାମ କରିବାକୁ ଦେଇଥିଲେ । ଏହା ପରେ ଚା’ ଦୋକାନୀଙ୍କ ଦୁଇ ପୁଅ ଆସି ପୀଡ଼ିତାଙ୍କୁ ଘରକୁ ନେଇଥିଲେ । କିନ୍ତୁ ଘରକୁ ନେବା ପରେ କାମ କରିବାକୁ ଦେବା ପରିବର୍ତ୍ତେ ଦୁଇ ଭାଇ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ୪ଦିନ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ଅଟକ ରଖି ଦୁହେଁ ଦୁଷ୍କର୍ମ କରିଥିଲେ । ୪ଦିନ ପରେ ଦୁଇ ଭାଇ ଶୋଇଥିବା ଦେଖି ପୀଡ଼ିତା ସେଠାରୁ ଖସି ଆସି ଅଭିଯୁକ୍ତଙ୍କ ପଡ଼ୋଶୀକୁ ସବୁ ଜଣାଇଥିଲେ । ଯାହା ପରେ ପଡ଼ୋଶୀଙ୍କ ସହାୟତାରେ ପୀଡ଼ିତା ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନିଆଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର