ମାପ ଓ ଓଜନ ବିଭାଗର ଅଧିକାରୀ କହି ଦୋକାନୀଙ୍କୁ ଠକୁଥିଲେ, ୨ ଠକଙ୍କୁ ଗିରଫ କଲା ପୁଲିସ

କେନ୍ଦ୍ରାପଡା: ମାପ ଓ ଓଜନ ବିଭାଗର ଅଧିକାରୀ କହି ଦୋକାନୀମାନଙ୍କୁ ଠକୁଥିବା ୨ ଜଣ ଠକଙ୍କୁ କେନ୍ଦ୍ରାପଡ଼ା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଜୟ ସାହୁ ଓ ମନୋରଞ୍ଜନ ବାରିକ।

ରିପୋର୍ଟ ଅନୁସାରେ ବିଜୟ ଓ ମନୋରଞ୍ଜନ କେନ୍ଦ୍ରାପଡା ତାଳଚୁଆ ମେରାଇନ୍‌ ଥାନା ଅଞ୍ଚଳରେ ପହଞ୍ଚିଥିଲେ। ସେମାନେ କୃଷ୍ଣନନ୍ଦପୁର ବଜାରରେ ପହଞ୍ଚି ନିଜକୁ ମାପ ଓ ଓଜନ ବିଭାଗର ଅଧିକାରୀ ଭାବେ ପରିଚୟ ଦେଇଥିଲେ। ଉପାନ୍ତ ଅଞ୍ଚଳ ହୋଇଥିବାରୁ ଲୋକଙ୍କୁ ବେଶ ସହଜରେ ଠକି ହେବ ବୋଲି ସେମାନେ ଯୋଜନା କରିଥିଲେ। ଦୋକାନୀମାନଙ୍କୁ ସମସ୍ତ ଇଲକ୍ଟ୍ରୋନିକ୍ସ ଓଜନ ଯନ୍ତ୍ରକୁ ପୁଣିଥରେ ଯାଞ୍ଚ କରିବାକୁ ବାଧ୍ୟ କରିଥିଲେ।

ପୂର୍ବରୁ ଓଜନ ଯନ୍ତ୍ର ଯାଞ୍ଚ କରିଥିବାରୁ ଅଧିକାରୀଙ୍କୁ ପୁଣିଥରେ ଯାଞ୍ଚ କରିବାକୁ କିଛି ଦୋକାନୀ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୋକାନୀଙ୍କ ସହ ଯୁକ୍ତିତର୍କ କରିଥିଲେ ଦୁଇ ଠକ୍‌। ଏପରିକି ସେମାନେ ଟଙ୍କା ମଧ୍ୟ ମାଗିଥିଲେ। ତେବେ ଏହି ନକଲି ଅଧିକାରୀଙ୍କ ଉପରେ ସନ୍ଦେହ ହେବାରୁ ଦୋକାନୀମାନେ ଏମାନଙ୍କୁ ଧରି ଥାନାରେ ଦେଇଥିଲେ। ପୁଲିସର ପଚରାଉଚରା ପରେ ଦୁଇ ଜଣଙ୍କର ଅସଲି ପରିଚୟ ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର