୧୦ଲକ୍ଷ ଟଙ୍କାର ଋଣ ଭାରରୁ ମୁକୁଳିବା ପାଇଁ ୟୁଟୁବ୍‌ରୁ ଶିଖି ଏଟିଏମ୍‌ ଭାଙ୍ଗିଥିଲା ଚାଷୀ

ସୁରଟ: ଗୁଜୁରାଟର ସୁରଟରେ ପୁଲିସ ଦୁଇଜଣଙ୍କୁ ଗିରଫ କରି ନେଇଛି। ଗିରଫ ଦୁଇ ଅଭିଯୁକ୍ତ ଷ୍ଟେଟବ୍ୟାଙ୍କର ଏଟିଏମ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିବା ଅପରାଧରେ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଦୁଇ ଅଭିଯୁକ୍ତ ୧୦ଲକ୍ଷ ଟଙ୍କାର ଋଣ ଭାରରୁ ମୁକୁଳିବା ପାଇଁ ଏଭଳି ଚୋରି ଉଦ୍ୟମ କରିଥିଲେ। ଏଭଳି ଏକ ଘଟଣା ଗୋଡଦରା ଥାନାରେ ଘଟିଛି। ସାଇନଗର ସୋସାଇଟିରେ ବସବାସ କରୁଥିବା ପ୍ରକାଶ ଧମୈୟା ଜଣେ ନାବାଳକ ସହିତ ମଙ୍ଗଳବାର ତଡକେ ଗୋଡାଦରାର ଏସ୍‌ବିଆଇ ବ୍ୟାଙ୍କ ଏଟିଏମ୍‌ରେ ପହଞ୍ଚିଥିଲା। ଏହି ଏଟିଏମ୍‌ରେ କୌଣସି ସୁରକ୍ଷାକର୍ମୀ ନଥିଲେ। ଦୁହେଁ ଏଟିଏମ୍‌ ଭିତରେ ପଶିଥିଲେ ଓ ସଟର ବନ୍ଦ କରି ଦେଇଥିଲେ। ପ୍ରଥମେ ଏଟିଏମ୍‌ରେ ଲାଗିଥିବା ସିସିଟିଭି ଭାଙ୍ଗିଥିଲେ। ତା’ପରେ ଦୁହେଁ ଏଟିଏମ୍‌ର ସାମ୍ନାପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କରି ଦେଇଥିଲେ। ଏହି ସମୟରେ ଏଟିଏମ୍‌ ସାମ୍ନା ରାସ୍ତା ଦେଇ  ପେଟ୍ରୋଲିଂରେ ଯାଉଥିବା ପୁଲିସ ସେଠାରେ ଅଟକି ଯାଞ୍ଚ କରିବା ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ପୁଲିସ ଦୁହିଁଙ୍କୁ ଗିରଫ କରି ନେଇଥିଲା।

ଗିରଫ ପ୍ରକାଶ ପୁଲିସ ନିକଟରେ କହିଥିଲା କି, ତାର ପିତା ଯକ୍ଷ୍ମା ରୋଗରେ ପୀଡିତ। ପିତାଙ୍କୁ ଠିକ୍‌ କରିବା ପାଇଁ ସେ ପାଖାପାଖି ୧୦ଲକ୍ଷ ଟଙ୍କା ଋଣ କରି ଖର୍ଚ୍ଚ କରି ସାରିଲାଣି। ଏହି ଋଣ ଭାରରୁ ମୁକୁଳିବା ପାଇଁ ସେ ଏଟିଏମ୍‌ ଭାଙ୍ଗିଥିଲା। ଏଟିଏମ୍‌ ଭାଙ୍ଗିବା ପଦ୍ଧତି ସେ ୟୁଟୁବ୍‌ରୁ ଶିଖିଥିବା କଥା କହିଛି।

ସମ୍ବନ୍ଧିତ ଖବର