ଦେହଜୀବୀଙ୍କୁ ଗୁଳି କରି ହତ୍ୟା , ୨ ଗିରଫ

ମିରଟ: ମିରଟର ବ୍ରହ୍ମପୁରୀ ଥାନା ଅଧୀନରେ ଥିବାଏକ ରେଡ ଲାଇଟ୍‌ ଅଞ୍ଚଳରେ ଜରୀନା ନାମକ ଜଣେ ସେକ୍ସ ଓ୍ଵାର୍କର( ଗଣିକା)ଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ବିଲାଲ ଓ ନାବିଦ। ସେମାନଙ୍କୁ ମିରଟ୍‌ ଏସଟିଏଫ ଗିରଫ କରିଛି।


ଏସଟିଏଫ୍‌ର ବି୍ରଜେଶ ସିଂହଙ୍କ ଠାରୁ ପ୍ରକାଶ ଯେ, ଜରିନା ଏକ ଗଣିକାଳୟ ଚଳାନ୍ତି। ଗତ ଏପ୍ରିଲ ୩୦ ତାରିଖ ଦିନ ସେଠାକୁ ନାବିଦ ଆସିଥିଲେ। ସେଥିିପାଇଁ ଜରୀନାଙ୍କ ଦାବି ମୁତାବକ ଅର୍ଥ ଦେଇଥିଲେ ମଧ୍ୟ ତାଙ୍କ ପାଖରେ ଥିବା ୧୦ ହଜାର ଟଙ୍କାକୁ କୌଶଳ କରି ଜରୀନା ନେଇ ଯାଇଥିଲେ। ଯେତେବେଳେ ନାବିଦ ଏହି ୧୦ ହଜାର ଟଙ୍କା କଥା ଉଠାଇଲେ ସେତେବେଳେ ଜରୀନା ଓ ତାଙ୍କ ଗଣିକାଳୟରେ ଥିବା ଅନ୍ୟ ସେକ୍ସ ଓ୍ଵାର୍କରମାନେ ନାବିଦଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲେ। ନାବିଦ ଏହି ୧୦ ହଜାର ଟଙ୍କା ଜଣକ ଠାରୁ ଧାର ସୂତ୍ରରେ ନିଜର ଜରୁରି କାର୍ଯ୍ୟ ପାଇଁ ଆଣିଥିଲେ। ମାତ୍ର ଏହି ଟଙ୍କାକୁ ଗଣିକାଳୟର ସେକ୍ସ ଓ୍ଵାର୍କର ଲୁଟି ନେବାରୁ ସେ ଏ ସମ୍ପର୍କରେ ତାଙ୍କ ସାଙ୍ଗ ବିଲାଲଙ୍କୁ ଜଣାଇଥିଲେ ଓ ବିଲାଲ ମାମଲାର ଦଫାରଫା କରିବା ପାଇଁ ଆସିଥିଲେ। ଏହା ସତ୍ତ୍ୱେ ମଧ୍ୟ ଜରୀନା ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ। ତେବେ ପୁଣି ଥରେ ବିଲାଲ ଓ ନାବିଦ ଆସି ଜରୀନାଙ୍କୁ ଟଙ୍କା ଫେରାଇବାକୁ କହିବାରୁ ଗଣିକାଳୟରେ ଥିବା ସେକ୍ସ ଓ୍ଵାର୍କର ଓ ଜରୀନା ସେମାନଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଫଳରେ ବିଲାଲ ନିଜ ପାଖରେ ରଖିଥିବାଏକ ଦେଶୀ ପିସ୍ତଲରୁ ଗୁଳି କରି ଜରୀନାଙ୍କୁ ହତ୍ୟା କରିଥିଲେ। ଏହାକୁ ନେଇ ସମଗ୍ର ରେଡ୍‌ ଲାଇଟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ବିଲାଲ ଓ ନାବିଦ ଦିଲ୍ଲୀ ଫେରାର ହୋଇ ଯିବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ ଏସଟିଏଫ୍‌ ସେମାନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର