ଜଣେ ମହିଳାଙ୍କୁ ପାଇବା ପାଇଁ ଦୁଇ ଯୁବକଙ୍କ ମଧ୍ୟରେ ଲାଗିଲା କଳି,ଶେଷରେ ତୃତୀୟ ଯୁବକଙ୍କ ସହ ଖସି ଚାଲିଗଲେ ମହିଳା

ବେଙ୍ଗାଲୁରୁ : ଏ କଥା ତ ଆପଣମାନେ ଶୁଣିଥିବେ କି ଦୁଇ ଜଣଙ୍କ କଳିରେ ତୃତୀୟ ଜଣଙ୍କ ଲାଭ । ସେଭଳି କିଛି ଘଟିଛି ବେଙ୍ଗାଲୁରୁରେ । ଜଣେ ସ୍ତ୍ରୀ ଲୋକକୁ ପାଇବା ପାଇଁ ଦୁଇ ଜଣ ଯୁବକ ପରସ୍ପର ମଧ୍ୟରେ ଝଗଡ଼ା କରୁଥିବା ବେଳେ ତୃତୀୟ ଯୁବକ ଜଣଙ୍କ ମହିଳାଙ୍କୁ ନେଇ ଚାଲିଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଯୁବକ ପରସ୍ପର ମଧ୍ୟରେ ଝଗଡ଼ା କରୁଥିବା ଦେଖି ମହିଳା ଅନ୍ୟ ପୁରୁଷ ସହ ଘରୁ ଚାଲି ଯାଇଥିଲେ। ଅନ୍ୟ ପକ୍ଷରେ ରାସ୍ତା ମଝିରେ ଝଗଡ଼ା କରି ଯାତାୟତରେ ବାଧା ସୃଷ୍ଟି କରୁ ଥିବାରୁ ପୁଲିସ ଆସି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ମାମଲା ଋଜୁ କରିଥିବା ଜଣାପଡ଼ିଛି ।

oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ,ଏହି ଘଟଣାଟି ଘଟିଥିଲା ଶନିବାର୧୧ଟା ସମୟରେ । ଶଶିକଳା ନାମକ ଜଣେ ମହିଳା ୨୦୦୦ମସିହାରେ ରଙ୍ଗାସ୍ୱାମୀ ନାମକ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୦ରେ ପରସ୍ପର ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏହା ପରେ ଶଶିକଳା ରମେଶ ନାମକ ଜଣେ ଯୁବକଙ୍କ ସହ ସଂପର୍କ ରଖିଥିଲେ । କିନ୍ତୁ ୬ମାସ ପରେ ୨୦୧୫ରେ ସେ ରମେଶଙ୍କଠାରୁ ମଧ୍ୟ ଅଲଗା ହୋଇ ଯାଇଥିଲେ । ୨୦୧୭ରୁ ସେ ଚିକାବିଦାରୁକଲ୍ଲଙ୍କ ସହ ରହିବାକୁ ଲାଗିଥିଲେ । ଯିଏ ପୂର୍ବରୁ ବିବାହିତ ହେବା ସହ ତାଙ୍କର ଦୁଇଟି ପିଲା ମଧ୍ୟ ଥିଲେ । ଏହି ସମୟରେ ସିଦ୍ଧରାଜୁ ନାମକ ଜଣେ କ୍ୟାବ୍‌ ଚାଳକ ଶଶିକଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଶଶିକଳା ବିବାହ କରିବା ପାଇଁ ମନା କରି ଦେଇଥିଲେ । ଶନିବାର  ଶଶିକଳା ଏବଂ ସିଦ୍ଧରାଜୁ ଏକ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ସେଠାରେ ଚିକାବିଦାରୁକଲ୍ଲ ପହଞ୍ଚି ଝଗଡ଼ା ଆରମ୍ଭ କରି ଦେଇଥିଲେ । ପୁଲିସକୁ ଖବର ମିଳିବା ପରେ ୩ଜଣଙ୍କୁ ପୁଲିସ ଷ୍ଟେସନ ଅଣା ଯାଇଥିଲା । ଦୁଇ ଜଣଙ୍କ ସହ କ’ଣ ସଂପର୍କ ଅଛି ବୋଲି ପଚରାଯିବା ପରେ ଶଶିକଳା ଦୁଇ ଜଣ ମୋର ସାଙ୍ଗ ଏବଂ ଦୁହେଁ ପରସ୍ପରକୁ ଇର୍ଷା କରନ୍ତି ବୋଲି କହିଥିଲେ । କିଛି ସମୟ ପରେ ପୁଲିସ ଷ୍ଟେସନକୁ ଆଉ ଜଣେ ଯୁବକ ଆସିବାରୁ ଶଶିକଳା ତାଙ୍କ ସହ ଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର