ପୁଅ ସାଙ୍ଗମାନଙ୍କ ସହ କଥା ହେବାରୁ ଦୁଇ ଝିଅଙ୍କୁ ଚିମୁଟାରେ ଚେଙ୍କ ଦେବା ସହ ବିଷ୍ଠା ଖୁଆଇଲେ ପରିବାର ଲୋକେ !

ଗୋରଖ୍‌ପୁର : ଉତ୍ତରପ୍ରଦେଶର ଗୋରଖ୍‌ପୁରରେ ଘଟିଛି ଲୋମଟାଙ୍କୁରି ଉଠିବା ଭଳି ଘଟଣା । ପରିବାର ଲୋକମାନେ ନିଜ ଝିଅମାନଙ୍କ ସହ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ଝିଅ କରିଥିବା ଅପରାଧ ପାଇଁ ଚିମୁଟାରେ ଚେଙ୍କ ଦେବା ସହ ମଣିଷ ମଳ ଖୁଆଇଥିଲେ ପରିବାର ଲୋକେ । ଦୁହେଁ ସ୍କୁଲରେ ନିଜ ନିଜର ପୁଅ ସାଙ୍ଗମାନଙ୍କ ସହ କଥା ହେଉଥିବାରୁ ପରିବାର ଲୋକେ ଏଭଳି ଅମାନୁଷିକ କାମ କରିଥିବା ଜଣାପଡ଼ିଛି । ତେବେ ପରିବାରର ଅତ୍ୟାଚାର ସହି ନ ପାରି ଦୁହେଁ ଘର ଛାଡ଼ି ଚାଲି ଯାଇଥିଲେ ।

www.indiatoday.in

ସୂଚନା ମୁତାବକ, ପରିବାର ତରଫରୁ ହେଉଥିବା ଅତ୍ୟାଚାରରୁ ବଞ୍ଚିବା ପାଇଁ ଦୁହେଁ ଘର ଛାଡ଼ି ଚାଲି ଯାଇଥିବା ବେଳେ ମଙ୍ଗଳବାର ସେମାନଙ୍କ ପରିବାରକୁ ଦୁହିଁଙ୍କ ପତ୍ତା ମିଳିଥିଲା । ଦୁହିଁଙ୍କୁ ନେପାଳ ସୀମାରେ ପୁଲିସ ଦେଖି ଏଠାକୁ ଆସିବାର କାରଣ ପଚାରିବା ପରେ ଦୁହେଁ ପୂରା ଘଟଣା ପୁଲିସ ଏବଂ ଶିଶୁ କଲ୍ୟାଣ ସମିତିକୁ ଜଣାଇଥିଲେ । ଏହା ପରେ ପୁଲିସ ଗୋରଖ୍‌ପୁର ପୁଲିସକୁ ସୂଚନା ଦେଇଥିଲା । ଗୋରଖ୍‌ପୁର ପୁଲିସ ସୂଚନା ପାଇ ଦୁଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନେପାଳ ଯାଇ ସେମାନଙ୍କୁ ଆଣିବା ପାଇଁ କହିଥିଲେ । ଦୁହିଁଙ୍କ ପରିବାର ଲୋକେ ସେଠାରେ ପହଞ୍ଚିବା ପୂର୍ବରୁ ନେପାଳର ଏକ ଏନ୍‌ଜିଓ ଦୁହିଁଙ୍କୁ ପୁଣି ଥରେ ଅତ୍ୟାଚାରୀ ପରିବାର ପାଖକୁ ଯିବାରୁ ବଞ୍ଚାଇଥିବା ସହ ପୁଲିସରେ ପରିବାର ବିରୋଧରେ ଅଭିଯୋଗ ଆଣିଥିଲା । ଅନ୍ୟ ପକ୍ଷରେ, ପୁଲିସ ଏବେ ଅଭିଯୋଗକୁ ପାଇ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର