ଯୁବତୀଙ୍କ ମୋବାଇଲ ଲୁଟ୍‌, ୨ ଗିରଫ

ଭୁବନେଶ୍ୱର : ମହାଶିବରାତ୍ରିରେ ଶିବଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇଥିଲେ ତିନି ଯୁବତୀ। ତେବେ ଦର୍ଶନ ସାରି ଘରକୁ ଫେରିବା ବାଟରେ ଲୁଟର ଶିକାର ହେଲେ। ଏନେଇ ଯୁବତୀ ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ପାଖ ଘରେ ଲାଗିଥିବା ଏକ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆଜି ଅଞ୍ଜଳି ଲାକ୍ରା ନାମକ ଜଣେ ଯୁବତୀ ତାଙ୍କ ଦୁଇ ସାଙ୍ଗଙ୍କ ସହ ଆଇଆରସି ଭିଲେଜରେ ଥିବା ସ୍ୱପ୍ନେଶ୍ୱର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ମନ୍ଦିରରୁ ଫେରିବା ବେଳକୁ ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ବାଇକରେ ଆସି ଅଞ୍ଜଳିଙ୍କ ଦାମୀ ଫୋନଟିକୁ ଛଡ଼ାଇ ନେଇ ଉଭାନ ହୋଇଯାଇଥିଲେ। ଏନେଇ ଅଞ୍ଜଳି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ସିସିଟିଭ୍‌ ଫୁଟେଜ୍‌ ଆଧାରରେ ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର