ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କଲେ ଦୁଇ ନେପାଳୀ କିଶୋରୀ

ମୋତିହାରୀ:ବିହାରର ଚଂପାରଣ ଜିଲ୍ଲାରେ ରବିବାର ଦିନ ଦୁଇ ଜଣ କିଶୋରୀ ଏକ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନିଭା କୁମାରୀ ଓ କିରଣ ଚୌରାସିୟା ନାମ୍ନୀ ଦୁଇଜଣ କୁଶୋରୀ କନନା ଗ୍ରାମ ନିକଟରେ ଆତ୍ମହତ୍ୟା କରିଛନ୍ତି।

ରକ୍‌ସୌଲ ଥାନା ଅଧିକାରୀ ଅଜୟ କୁମାର କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ଏହି ଦୁଇ କିଶୋରୀ ନେପାଳର ବୀରଗଂଜ ଜିଲ୍ଲାର ବାସିନ୍ଦା। ସେ ଦୁହେଁ ଆତ୍ମହତ୍ୟା କରୁଥିବାର ଦେଖି କେତେକ ପ୍ରତ୍ୟକ୍ଷଦର୍ଶୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଏହାପରେ ଦୁଇ କିଶୋରୀ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।ତାପରେ ଶବକୁ ପୋଷ୍ଟମର୍ଟମଲାଗି ପଠାଇଥିଲା ପୁଲିସ୍‌।

ବୀରଗଂଜ ପୁଲିସ ନିଭା କୁମାରୀ ଓ କିରଣ ଚୌରାସିୟା ଆତ୍ମହତ୍ୟା କରିବାରୁ ପୂର୍ବରୁ ଲେଖିଥିବା ଚିଠି ମଧ୍ୟ ଜବତ କରିଛି। ତେବେ ଉଭୟଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ପୁଲିସ ସନ୍ଦେହ କରୁଛି ଯେ ଏହା ପ୍ରେମଜନିତ ଆତ୍ମହତ୍ୟା ହୋଇପାରେ।

ସମ୍ବନ୍ଧିତ ଖବର