ବିଜୁଳି ଖୁଣ୍ଟରେ ଦୁଇ ବାଳିକାଙ୍କ ଝୁଲନ୍ତା ଶବ

ଲକ୍ଷ୍ନୌ: ଶୁକ୍ରବାର ସନ୍ଧ୍ୟାରେ ଲକ୍ଷ୍ମୀପୁର ଖେରି ଅନ୍ତର୍ଗତ ଜୀରା ବୋଝି ଗାଁରେ ଗୋଟାଏ ବିଜୁଳି ଖୁଣ୍ଟରେ ଦୁଇ ଜଣ ବାଳିକାଙ୍କ ଶବ ଝୁଲୁଥିବା ଦେଖାଯାଇଥିଲା।

ସ୍ଥାନୀୟ ଲୋକେ ଶବ ଦେଖି ପୁଲିସକୁ ଖବର ଦେଇଥିଲେ। ୧୪ ଓ ୧୫ ବର୍ଷୀୟ ଝିଅ ଦୁହେଁ ପଡ଼ୋଶୀ। ସେମାନଙ୍କ ଘର ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଆଖୁ କିଆରିରେ ଶବ ଦୁଇଟି ଲୋକେ ଦେଖିଥିଲେ।

ପ୍ରାଥମିକ ତଦନ୍ତରୁ ଯୌନ ଉତ୍ପୀଡ଼ନର ସୂଚନା ମିଳୁ ନ ଥିଲେ ବି, ଝିଅ ଦୁହିଁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା କଥା ପୁଲିସ କହିଛି। ଖବର ଦିଆ ଯିବାର ପ୍ରାୟ ଘଣ୍ଟାଏ ପରେ ପୁଲିସ ଘଟନାସ୍ଥଳରେ ପହଞ୍ଚି ଥିଲା ବୋଲି ଲୋକେ କହୁଛନ୍ତି।

ଘଟନାସ୍ଥଳରେ ୧୫ ବର୍ଷୀୟ ପୀଡ଼ିତାର ବାପା ପହଞ୍ଚି କହିଲେ କି, ତାଙ୍କ ଝିଅକୁ ହତ୍ୟା କରାଯାଇ ଝୁଲାଇ ଦିଆ ଯାଇଛି।

ସ୍ଥାନୀୟ ଲୋକେ ୧୪ ବର୍ଷୀୟ ଝିଅର ଶବ ଖୁଣ୍ଟରୁ ଓହ୍ଲାଇ ଆଣିଥିବା ବେଳେ ପୁଲିସ ୧୫ ବର୍ଷୀୟ ଝିଅର ଶବ ଉତାରି ଥିଲା।

ଏସ୍‌ପି ଖେରି ପୁନମ୍‌ କହିଛନ୍ତି: ଝିଅ ଦୁହେଁ ବାନ୍ଧବୀ ଏବଂ ଦୈନିକ ଅପରାହ୍ଣ ୨ଟାରେ ବିଲକୁ ଯାଆନ୍ତି। ଗୋଧୂଳି ପୂର୍ବରୁ ସେମାନେ ଘରକୁ ଫେରନ୍ତି। ସେମାନଙ୍କ ସାଥିରେ ଥାଏ ୧୪ ବର୍ଷୀୟ ଝିଅର ସାନଭାଇ। ସାନଭାଇ ଅସୁସ୍ଥ ଥିବାରୁ ସେମାନଙ୍କ ସାଥିରେ ଶୁକ୍ରବାର ଦିନ ଯାଇ ପାରି ନ ଥିଲା। ଝିଅଦୁହିଁଙ୍କର ପୋଷାକପତ୍ର ଠିକ୍‌ଠାକ୍‌ ଥିଲା ଏବଂ ସେମାନେ ଷ୍ଟୋଲ୍‌ରେ ଫାଶୀ ଲଗାଇ ଥିଲେ। ଶବ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ପିଲାରେ ଝିଅ ଦୁହିଁଙ୍କର ଚପଲ ଏଣେତେଣେ ପଡ଼ିଛି ଏବଂ ବିଲରେ ଘୋଷରା ଦାଗ ରହିଛି। ଏଥିରୁ ଜଣାପଡୁଛି କୌଣସି ତୃତୀୟ ବ୍ୟକ୍ତିଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି।

ସମ୍ବନ୍ଧିତ ଖବର