ସ୍କୁଟର୍‌ରେ ବାନ୍ଧି ୩ କି. ମି. ଘୋଷାରି ନେବାରୁ କୁକୁରର ମୃତ୍ୟୁ; ଜଣେ ଗିରଫ

ଗାଜିଆବାଦ: ଶୁକ୍ରବାର ସନ୍ଧ୍ୟାରେ ସହିଦ ନଗରରୁ ରାଜେନ୍ଦ୍ର ନଗର ପ୍ରାୟ ୩ କିଲୋମିଟର ବାଟ ଯାଏଁ ଗୋଟାଏ ବୁଲା କୁକୁରକୁ ଦୁଇ ଜଣ ଯୁବକ ସ୍କୁଟର୍‌ରେ ବାନ୍ଧି ଘୋଷାରି ନେବା ଦ୍ୱାରା ତା’ର ମୃତ୍ୟୁ ଘଟିଛି। ପ୍ରାୟ ୨୦ ଦିନ ତଳେ କୁକୁରଟି ୫ଟି ଛୁଆ ଜନ୍ମ କରିଥିଲା।

ନଫୀସ୍‌ ଏବଂ ତୌସୀଫ୍‌ ନାମକ ଉକ୍ତ ଦୁଇ ଯୁବକଙ୍କୁ ପୁଲିସ ବୁକ୍‌ କରିଛି। ସେମାନଙ୍କ ମଧ୍ୟରୁ ନଫୀସ୍‌ଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ପୁଲିସ କହିଛି।

ଶୁକ୍ରବାର ସନ୍ଧ୍ୟାରେ ହିଁ ବାଟୋଇମାନେ ଦୁହିଁଙ୍କୁ ରାଜେନ୍ଦ୍ର ନଗର ଠାରେ ଧରିଥିଲେ।

ପିପଲ୍‌ ଫର୍‌ ଆନିମଲ୍‌ସ୍‌ର ସୌରଭ ଗୁପ୍ତ ସେମାନଙ୍କ ନାଁରେ ଏଫ୍‌ଆଇଆର୍‌ ଦେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ସେ କହନ୍ତି: ଲୋକେ ସେ ଦୁହିଁଙ୍କୁ ନ ଅଟକାଇ ଥିଲେ ବିଚରା କୁକୁରଟିକୁ ସେମାନେ ଆଉ କେତେ କିଲୋମିଟର ଘୋଷାରି ନେଇ ଥାଆନ୍ତେ। ଲୋକେ ଅଟକାଇବା ବେଳକୁ କୁକୁରଟି ଅଣନିଶ୍ୱାସୀ ହୋଇ ଉଠୁଥିଲା।

ତାକୁ ତୁରନ୍ତ ଦିଲ୍ଲୀର ସଞ୍ଜୟ ଗାନ୍ଧୀ ଆନିମଲ୍‌ କେୟାର୍‌ ସେଣ୍ଟର୍‌କୁ ନିଆଯାଇଥିଲେ ମଧ୍ୟ ସେ ମରିଯାଇଥିଲା। ଡାକ୍ତରୀ ରିପୋର୍ଟ ଅନୁସାରେ ତା’ ଦେହ ସାରା କ୍ଷତବିକ୍ଷତ ହୋଇ ଯାଇଥିଲା।

ନଫୀସ୍‌ ଦାବି କରିଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ କୁକୁରଟି ଦୁଇ ଡଜନ୍‌ରୁ ଅଧିକ ଲୋକଙ୍କୁ କାମୁଡ଼ିଛି। ଛୁଆଙ୍କ ପ୍ରତି ବିପଦ ଆଶଙ୍କାରେ କୁକୁରଟି କାହାକୁ କାମୁଡ଼ି ଥାଇ ପାରେ ବୋଲି ଗୁପ୍ତ କହିଛନ୍ତି।

ସମ୍ବନ୍ଧିତ ଖବର