ବିନା ହେଲମେଟରେ ଯାଉଥିବାରୁ ବାଟରେ ଅଟକାଇଲା ଟ୍ରାଫିକ୍‌, ମଦ୍ୟପ ମହିଳା ସ୍କୁଟିରୁ ଓହ୍ଲାଇ ପୁଲିସକୁ ଦେଲେ ଧକ୍କା, ଛଡାଇ ଆଣିଲେ ଚାବି

ନୂଆଦିଲ୍ଲୀ: ଦିଲ୍ଲୀର ମାୟାପୁରୀରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହେଲମେଟ ନଥିବାରୁ ଟ୍ରାଫିକ୍‌ ପୁଲିସ ସ୍କୁଟିରେ ଯାଉଥିବା ଜଣେ ପୁରୁଷ ଓ ମହିଳାଙ୍କୁ ଅଟକାଇଥିଲା। ପୁଲିସ ହାତରେ ଧରାପଡ଼ିବା ପରେ ମହିଳା ଜଣକ ଟ୍ରାଫିକ୍‌ ପୁଲିସ ସହିତ ଦୁର୍ବ୍ୟବହାର କରିଥିଲେ। ଟ୍ରାଫିକ୍‌ ପୁଲିସଙ୍କ ଅଭିଯୋଗ ପରେ ଏହି ଘଟଣାକୁ ଏକ ନେଇ ମାମଲା ରୁଜୁ ହୋଇଥିଲା। ଏବଂ ଦୁହିଁଙ୍କୁ ଗିରଫ କରାଯାଇଛି। ଦୁହେଁ ଏହି ସମୟରେ ମଦ ପିଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

 

ଦିଲ୍ଲୀ ମାୟାପୁରୀରେ ମାଧୁରି ଓ ତାଙ୍କ ସାଥୀ ସ୍କୁଟି ଚାଳକ ଅନିଲ ପାଣ୍ଡ୍ୟାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୨ ମିନିଟ୍‌ ୪୪ ସେକେଣ୍ଡର ଏହି ଭିଡିଓରେ ମହିଳା ଟ୍ରାଫିକ୍‌ ପୁଲିସକର୍ମୀଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।

ତେବେ ଏଦୁହେଁ ହେଲମେଟ ନପିନ୍ଧି ଥିବା ହେତୁ ପୁଲିସ କର୍ମୀ ତାଙ୍କୁ ରାସ୍ତାରେ ଅଟକାଇ ଥିଲେ। ପ୍ରଥମେ ସ୍କୁଟି ଚାଳକ ଅନିଲ ପାଣ୍ଡ୍ୟା ଟ୍ରାଫିକ୍‌ ପୁଲିସକୁ କହିଲେ ମହିଳାଙ୍କ ଭାଇର ମୃତ୍ୟୁ ହୋଇଯାଇଛି, ତେଣୁ ତାଙ୍କୁ ଯିବାକୁ ଦିଆଯାଉ। କିନ୍ତୁ ପୁଲିସକର୍ମୀ ସ୍କୁଟି ସାଇଟ୍‌ କରିବାକୁ କହିଥିଲେ। ଏଥିରେ ମାଧୁରି ରାଗି ଯାଇ ସ୍କୁଟିରୁ ଓହ୍ଲାଇ ପୁଲିସ କନେଷ୍ଟବଳଙ୍କୁ ଗାଳିଗୁଲଜ କରିବ ସହିତ ଧକ୍କା ମଧ୍ୟ ମାରିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର