ଦୁଇ ମହିଳା ଲୁଟେରା ଗିରଫ

ଭୁବନେଶ୍ୱର: ଜଣେ ରେଳଯାତ୍ରୀଙ୍କଠାରୁ ଲୁଟ୍‌ପାଟ ଅଭିଯୋଗରେ ରେଳବାଇ ଥାନା ପୁଲିସ ୨ ମହିଳା ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୧୦ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ନାଗପୁର ଅଞ୍ଚଳର ତୁଳସା ନେଗି(୨୫) ଓ ଶାରିକା ପାଟେଗଡ଼ା(୨୪)। ପୁଲିସ ସୂଚନା ମୁତାବକ, ଗୁରୁବାର ସକାଳ ସମୟରେ ସୁଭଦ୍ରା ନାୟକ ନାମକ ଜଣେ ଯାତ୍ରୀ କେଉଁଝର ଯିବା ପାଇଁ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ। ଏହି ସୟମରେ ତୁଳସା ଓ ଶାରିକା ଚତୁରତାର ସହ ତାଙ୍କ ବ୍ୟାଗ୍‌ ନେଇଯାଇଥିଲେ। ଯେଉଁଥିରେ ୧୦ ହଜାର ଟଙ୍କା, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ଜିନିଷପତ୍ର ଥିଲା। ଏନେଇ ସୁଭଦ୍ରା ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ସିସିଟିଭି ଫୁଟେଜ୍‌ରୁ ଉଭୟଙ୍କୁ ଚିହ୍ନଟ କରିଥିଲା। ସେମାନେ ଅନ୍ୟ ଏକ ଟ୍ରେନ୍‌ରୁ ଲୁଟ୍‌ପାଟ ପାଇଁ ଉଦ୍ୟମ ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ସେମାନେ ସୁଭଦ୍ରାଙ୍କ ବ୍ୟାଗ ଚୋରି ବିଷୟରେ ମାନିଥିଲେ। ସେମାନଙ୍କଠାରୁ ଟଙ୍କା ଓ ମୋବାଇଲ୍‌ ଜବତ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର