ପୂର୍ବତନ ଭୂତତ୍ତ୍ୱବିତ୍‌ଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ଓ ୫୦ ହଜାର ଜରିମାନା

ଭୁବନେଶ୍ୱର : ଆଜି ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁଶାଣି କରି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ପୂର୍ବତନ ଭୂତତ୍ତ୍ୱବିତ୍‌ ନିରାକାର ରାଉତଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ପ୍ରକାଶ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ବିଭାଗ ଗତ ୧୯୯୬ ମସିହା ଏପ୍ରିଲ୍‌ ୩ ତାରିଖରେ ଶ୍ରୀ ରାଉତଙ୍କ ଅନୁଗୁଳ ଓ ବମିଖାଲ ସ୍ଥିତ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପାଖାପାଖି ୮,୨୦,୩୮୪ ଟଙ୍କା ଆକଳନ କରାଯାଇଥିଲା। ହେଲେ ଯାଞ୍ଚରୁ ଜଣାପଡ଼ିଥିଲା ଯେ, ଶ୍ରୀ ରାଉତଙ୍କ ଆୟ ଅନୁସାରେ ୪,୫୦,୦୩୪ଟଙ୍କାର ସମ୍ପତ୍ତି ଆୟ ବର୍ହିଭୂତ ଅଟେ। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଆଜି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସୁନୀଲ କୁମାର ପତି ଏହି ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର