ମହିଳାଙ୍କୁ ଅସଦାଚରଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଲିଆସାହି ମେ’ ଫେୟାର ନଗରର ଉମେଶ ବେହେରା(୨୫) ଓ ଟୁଟୁ ସ୍ୱାଇଁ(୨୫)। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଉମେଶ ଓ ଟୁଟୁ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବିଭିନ୍ନ ସମୟରେ କମେଣ୍ଟ ମାରିବା ସହ ହଇରାଣ ହରକତ କରୁଥିଲେ। ଅଶ୍ଳୀଳ ଇଂଗିତ ମଧ୍ୟ କରୁଥିଲେ। ସୋମବାର ସନ୍ଧ୍ୟାରେ ମହିଳାଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଉଭୟ ତାଙ୍କ ଘର ନିକଟକୁ ଯାଇ କମେଣ୍ଟ କରିବା ସହ ଗାଳିଗୁଲଜ କରିଥିଲେ। ସ୍ୱାମୀ ଘରକୁ ଫେରିବା ପରେ ମହିଳାଜଣଙ୍କ ଏ ସଂପର୍କରେ ତାଙ୍କୁ ଜଣାଇଥିଲେ। ମହିଳାଙ୍କ ସ୍ୱାମୀ ଏ ସଂପର୍କରେ ଟୁଟୁ ଓ ଉମେଶଙ୍କୁ ପଚାରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ମହିଳାଜଣଙ୍କ ଏହାର ପ୍ରତିବାଦ କରିବାରୁ ଉଭୟ ତାଙ୍କୁ ଟଣାଓଟରା କରିଥିଲେ। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର