ମହିଳା ଯାତ୍ରୀଙ୍କୁ ଗାଡ଼ିରେ ବସାଇ ଉବେର ଚାଳକ କଲେ ଆପତ୍ତିଜନକ କାର୍ଯ୍ୟ, ଅଧା ବାଟରେ ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଯାତ୍ରୀ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି। ଉବେର୍‌ କାର୍‌ ମଧ୍ୟରେ ଜଣେ ମହିଳା ଯାତ୍ରା କରୁଥିବା ବେଳେ ଚାଳକ ଜଣକ ଯୌନ ଉଦ୍ଦୀପକ କାର୍ଯ୍ୟ କରୁଥିବା ମହିଳା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ କହିବା ଅନୁସାରେ, ଶୁକ୍ରବାର ସକାଳୁ ସେ MH 03 CH 1124 ନମ୍ବର ଉବେର୍‌ ବୁକ୍‌ କରିଥିଲେ। ମହିଳା ଜଣକ ଗାଡ଼ିରେ ବସି ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ପହଞ୍ଚିବା ବେଳେ ଚାଳକ ଜଣକ ଆପତ୍ତିଜନକ କାର୍ଯ୍ୟ କରିଥିଲେ।

ଏପରିକି ଟ୍ରାଫିକ୍‌ରେ ଗାଡ଼ି ଅଟକିଥିବା ବେଳେ ଚାଳକ ଜଣକ ନିଜର ଶାଳୀନତା ଭୁଲି ଆହୁରି ଖୀପ୍ର ଭାବେ କାର୍ଯ୍ୟ କରିବାରେ ବ୍ୟସ୍ତ ହୋଇପଡ଼ିଲେ। ବାଧ୍ୟ ହୋଇ ମହିଳା ଜଣକ ଅଧାବ ବାଟରୁ ହିଁ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ମହିଳା ଗାଡ଼ିରୁ ଓହ୍ଲାଇ ପଡ଼ିବାରୁ ଚାକଳ ରାଗରେ ଆସି ତାଙ୍କ ଉପରେ ଚିଲାଇ ତାଙ୍କୁ ଭଡ଼ା ଟଙ୍କା ମିଥିଗିଲା। ମହିଳା ଦୀର୍ଘ ସମୟ ଧରି ସେଠାରେ ଯୁକ୍ତିତର୍କ କରିଥିଲେ। ସେ ଆହୁରି ବି କହିଛନ୍ତି କି ସେଠାରେ ଟ୍ରାଫିକ୍‌ ପୁଲିସ୍‌ ସମେତ ସାଧାରଣ ଦେଖଣାହାରୀ ମଧ୍ୟ ଉପସ୍ଥିତ ଥିଲେ। ହେେଊ ସେ ସମୟରେ କେହି ହେଲେ ତାଙ୍କର ସମର୍ଥନ ନ ନେଇ ଚୁପ୍‌ ରହିଥିଲେ। ମହିଳା ଜଣକ ସେଠାରୁ ଫେରି ମୁମ୍ବାଇ ପୁଲିସ୍‌ରେ ଉଭୟ ଓବେର କମ୍ପାନି ଏବଂ ଚାକଳଙ୍କ ନାମରେ ଏକ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର