ବିବାହ ପରେ ସ୍ୱାମୀ ଉଠାଉ ଥିଲା ସ୍ତ୍ରୀ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ; ପରେ ଭିଡିଓ ଭାଇରାଲର ଧମକ ଦେଇ ସଜାଉ ଥିଲା ଯୌନଦାସୀ
ମୀରାପୁର: ବହୁ ସଂଖ୍ୟାରେ ପାକିସ୍ତାନ ଯୁବତୀ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଫର୍ଦ୍ଦାଫାସ କରିଛନ୍ତି। ଏହି ଯୁବତୀଙ୍କ କହିବାନୁସାରେ, ସେମାନଙ୍କୁ ବ୍ରିଟିସ୍-ପାକିସ୍ତାନୀ ନାଗରିକମାନେ ବିବାହ କରିବା ପାଇଁ ଫୁସୁଲାଇ ବିବାହ ପରେ ପ୍ରଥମ ରାତିରୁ ହିଁ ସମ୍ଭୋଗର ଭିଡିଓ ଉତ୍ତୋଳନ କରନ୍ତି । ଏହାପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ୍ କରିବା ଧମକ ଦେଇ ବ୍ଲାକ୍ମେଲ କରନ୍ତି। ଏହି ଯୁବତୀଙ୍କୁ ସେମାନେ ତଲାକ୍ ନ ଦେଇ ଦ୍ୱିତୀୟ ପତ୍ନୀ କରି ରଖୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ଦ ନେସନ୍’ର ରିପୋର୍ଟ ମୁତାବକ, ପାକିସ୍ତାନର ମୀରପୁର ଅଞ୍ଚଳରେ ବହୁ ସଂଖ୍ୟାରେ ପୀଡିତା ଏଭଳି ଅଭିଯୋଗ କରିଛନ୍ତି। ପୀଡିତାଙ୍କ କହିବାନୁସାରେ,ବ୍ରିଟେନ୍ରେ ରହୁଥିବା ପାକିସ୍ତାନୀ ଯୁବକ ଯୁବତୀଙ୍କୁ ବିବାହ କରି ଖୁସିରେ ରଖିବାକୁ ପ୍ରତିଶ୍ରୃତି ଦେଇ ଥାଆନ୍ତି। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଏଭଳି ଭାବେ ପ୍ରବର୍ତ୍ତାଇ ଥାଆନ୍ତି ପାକିସ୍ତାନୀ ଗ୍ୟାଙ୍ଗ୍। ମିରପୁରର କଶ୍ମୀର ପ୍ରେସ କ୍ଲବ୍ରେ ପୀଡିତାମାନେ ଏଭଳି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି।
ସାମ୍ବାଦିକ ସମ୍ମିଳନୀ ସମୟରେ ବ୍ରିଟିଶ-ପାକିସ୍ତାନୀ ଗ୍ୟାଙ୍ଗ୍ର ମୁଖିଆ କୁହାଯାଉଥିବା ମୁମତାଜ ଜିସେ ତେଜା ପହଲଓ୍ଵାନ ନାମକ ଜଣେ ବ୍ୟକ୍ତି ପ୍ରଥମେ ସୁନ୍ଦରୀ ଯୁବତୀଙ୍କୁ ଟାଗେର୍ଟ କରିଥାଆନ୍ତି। ମୁମତାଜ ଅନେକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ ହୋଇଛି। ମୁମତାଜ ଯୁବତୀଙ୍କୁ ବିବାହ କରିବା ପରେ ଖୁସିରେ ରଖିବାକୁ ପ୍ରତିଶ୍ରୁତି ଦେଉଥିଲା। ଏହାପରେ ଯୁବତୀମାନେ ମୁମତାଜଙ୍କ କଥା ରାଜି ହୋଇଯାଉଥିଲେ।
କୁହାଯାଉଛି କି, ୧୫ରୁ ଅଧିକ ଯୁବତୀ ଏହି ଗ୍ୟାଙ୍ଗ୍ର ଜାଲରେ ଫସିଛନ୍ତି। ଗ୍ୟାଙ୍ଗର ସଦସ୍ୟମାନେ ଯୁବତୀଙ୍କୁ ବିବାହ କରୁଥିଲେ। ବିବାହ କରିବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରୁଥିଲେ। ଏହାପରେ ଏହି ଭିଡିଓକୁ ଅନ୍ଲାଇନ୍ ସେୟାର କରିଦେବେ ବୋଲ ଯୁବତୀଙ୍କୁ ଧମକ ଦେଉଥିଲେ। ଏମାନଙ୍କ ମଧ୍ୟରୁ ଅନେକ ବିବାହ ପରେ ପତ୍ନୀଙ୍କୁ ସାଥୀରେ ନେବାକୁ ମନା କରି ଦେଉଥିଲେ। ସେହିପରି ଯଦି କୌଣସି ପତ୍ନୀ ତଲାକ୍ ପାଇଁ ଦାବି କରେ ତେବେ ସେମାନଙ୍କ ଉପରେ ଚୋରି ଅଭିଯୋଗ ଲଗାଇ ଦିଆଯାଉଥିଲା।
ଅଭିଯୁକ୍ତ ଏଯାବତ୍ ବି ଫେରାର ରହିଛି। ମୁମତାଜ ଡ୍ରଗ ମାମଲାରେ ସାମିଲ ଥିବା ନେଇ ବି ଅଭିଯୋଗ ହୋଇଛି। ଏଥିରେ ତାଙ୍କର ସମ୍ପର୍କୀୟ ମୁତମ୍ମଦ ଅଲ୍ଲୀ ଓ ଅଞ୍ଜାର ଅଲ୍ଲୀ ବି ସହଯୋଗ କରୁଥିଲେ। ଯୁବତୀଙ୍କୁ ବି ଡ୍ରଗସ୍ କାରବାରର ସାମିଲ କରିବା ପାଇଁ ବାଧ୍ୟ କରାଯାଉଥିଲା।