ହୁସିଆର୍ ! ମାତିଲେଣି ବିଦେଶୀ ଏଟିଏମ୍ ସ୍କିମିଂ ଓ କାର୍ଡ କ୍ଲୋନିଂ ଗ୍ୟାଙ୍ଗ୍; ରୋଜଗାର ଲୋଭରେ ସାମିଲ ହେଉଛନ୍ତି ବେକାର ଇଂଜିନିୟର୍
କୋଲ୍କାତା: ଆଜିକାଲି ସାଇବର କ୍ରାଇମ୍ ବଢ଼ିଚାଲିଛି। ଏଟିଏମ୍ରୁ ଟଙ୍କା ବାହାର କରିବାବେଳେ କାର୍ଡ କ୍ଲୋନ୍ କରି ଦୁର୍ବୃତ୍ତମାନେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ଆଉ ଏହି ହାଇଟେକ-ଡକାୟତି କରୁଛନ୍ତି ଶିକ୍ଷିତ ବେକାର। କୋଲ୍କାତା ପୁଲିସ ଗୁରୁବାର ଏପରି ଏକ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରିଛି। ଗତ ଅଗଷ୍ଟ ୩ ତାରିଖରେ ୩ ଜଣ ରୋମାନୀୟ ନାଗରିକଙ୍କୁ ପୁଲିସ ଗିରଫ କରିଥିଲା। କୋଲକାତାରେ ବିଭିନ୍ନ ଏଟିଏମରେ ଲଗାତାର ଗ୍ରାହକଙ୍କ କାର୍ଡର ଦୁରୂପଯୋଗ ହେବା ଘଟଣାରେ ସେମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଜେରାବେଳ ଜଣାପଡ଼ିଲା କି ଏକ ସୁସଂଗଠିତ ଗ୍ୟାଙ୍ଗ ଏଟିଏମ୍ ସ୍କିମ୍ କରିବା ଓ ଗ୍ରାହକଙ୍କ କାର୍ଡର କ୍ଲୋନ୍ ବନାଇ ଟଙ୍କା ଲୁଟିବା କାରବାରରେ ସଂପୃକ୍ତ।
Sambad is now on WhatsApp
Join and get latest news updates delivered to you via WhatsApp
ତିନି ରୁମାନୀୟ ନାଗରିକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ,ସେମାନେ ବେକାର ଇଂଜିନିୟରମାନଙ୍କୁ ମୋଟା ଅଙ୍କର ଟଙ୍କାର ଲୋଭ ଦେଖାଇ ଗ୍ୟାଙ୍ଗରେ ସାମିଲ୍ କରିଛନ୍ତି। ଏହାପରେ ପୁଲିସରଏକ ସ୍ୱତନ୍ତ୍ର ଟିମ୍ ଖୋଳତାଡ୍ କରିଥିଲା। ଗୁରୁବାର ୩ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ସ୍କିମର ମେସିନ୍, ସ୍କ୍ରୁଡ୍ରାଇଭର୍,କ୍ଲୋନ୍ କାର୍ଡ, ସିସିଟିଭି କ୍ୟାମେରା ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ରୋମାନିଅ ନାଗରିକଙ୍କ ଦ୍ୱାରା ପରିଚାଳିତ ଏହି ଗ୍ୟାଙ୍ଗ ଇଂଞ୍ଜିନିୟରିଂ ଛାତ୍ର ଓ ବେକାର ଇଂଜିନିୟରଙ୍କୁ ନିୟୋଜିତ କରୁଥିଲା ଓ ପ୍ରତି ଡକାୟତି ଲାଗି ବିପୁଳ ପରିମାଣରେ ଟଙ୍କା ଦେଉଥିଲା।
ପୁଲିସ ପକ୍ଷରୁ କୁହାଯାଇଛି କି ଏହି ରୋମନୀୟ ଗ୍ୟାଙ୍ଗ୍ରେ ବହୁ ଇଂଜିନିୟରିଂ ଛାତ୍ର ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଖୋଜା ଚାଲିଛି। ଗତ କିଛି ଦିନ ଭିତରେ ଏତେ ସଂଖ୍ୟାରେ ଚୋରି ଘଟଣା ଘଟିଛି କି ପୁଲିସ ବିଚଳିତ ହୋଇପଡ଼ିଛି।