ଜେଜେବାପାଙ୍କ ଅସ୍ଥିକୁ ମିଶାଇ ବିସ୍କୁଟ ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ଖାଇବାକୁ ଦେଲା ନାତୁଣୀ

କାଲିଫର୍ଣ୍ଣିୟା: ଅମେରିକାର କାଲିଫର୍ଣ୍ଣିୟାରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଉତ୍ତର କୋଲିଫର୍ଣ୍ଣିୟାରେ ଜଣେ ନାବାଳିକା ବିସ୍କୁଟରରେ ନିଜ ଜେଜେବାପାଙ୍କ ଅସ୍ଥିକୁ ମିଶାଇ ସ୍କୁଲରେ ସାଙ୍ଗମାନଙ୍କୁ ଖାଇବା ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ଛାତ୍ରଛାତ୍ରୀମାନେ ସ୍ତବ୍ଧ ହୋଇ ଯାଇଥିବା ସହିତ ଏହି ମାମଲା ପୁଲିସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ପୁଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ଯାଞ୍ଚ ଆରମ୍ଭ କରି ଦିଆଯାଇଛି କି କେଉଁ ଉଦ୍ଦେଶ୍ୟ ରଖି ଛାତ୍ରୀ ଜଣକ ଏଭଳି କାମ କରିଥିଲା।

ସୂଚନାଯୋଗ୍ୟ, ଆମେରିକା ଉତ୍ତର କାଲିଫର୍ଣ୍ଣୟାରେ ଦ ଓ୍ଵାସି ଚାର୍ଟର ଏକାଡେମି ସ୍କୁଲରେ ପାଠପଢ଼ୁଥିବା ଜଣେ ଛାତ୍ରୀ ନିଜ ଜେଜେବାପାଙ୍କ ଅସ୍ଥିକୁ ବିସ୍କୁଟରେ ମିଶାଇ ତାର ସାଙ୍ଗମାନଙ୍କୁ ଖାଇବାକୁ ଦେଇଥିଲା। ଛାତ୍ରୀ ନିଜର ଜଣେ ସାଙ୍ଗ ସହିତ ମିଶି ଘରେ ସୁଗର କୁକିଜ ବନାଇ ସେଥିରେ ଜେଜେବାପାଙ୍କ ଅସ୍ଥିକୁ ମିଶାଇ ଥିଲା। ଏହି କୁକିଜକୁ ସେ ତାର ୯ଜଣ ସାଙ୍ଗକୁ ଖାଇବାକୁ ଦେଇଥିଲା।

ସମ୍ବନ୍ଧିତ ଖବର