ତିନି ବର୍ଷ ହେଲା ନିଜ ଝିଅ ସହ ଦୁଷ୍କର୍ମ କରୁଥିଲା ବାପା,ପୁଲିସ ହାତରେ ଧରାଇଲେ ସ୍ତ୍ରୀ

ଗାଜିଆବାଦ : ଦିନକୁ ଦିନ ଦେଶରେ ଅପରାଧ ସୀମା ପାର କରିବାରେ ଲାଗିଛି। ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ ନରେନ୍ଦ୍ର ନେଗୀ ନାମକ ଜଣେ ୫୦ ବର୍ଷିୟ ବ୍ୟକ୍ତି ତାଙ୍କ ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣକ ଗତ ୩ ବର୍ଷ ହେଲା ନିଜ ଝିଅ ସହ ଦୁଷ୍କର୍ମ କରି ଆସୁଥିଲା । ଘଟଣା ବିଷୟରେ ପତ୍ନୀଙ୍କୁ ସନ୍ଦେହ ହେବା ପରେ ଗତରାତିରେ ସେ ଦୁହିଁଙ୍କୁ ସିଧାସଲଖ ଭାବେ ଧରାପକାଇଛନ୍ତି । ଏ ନେଇ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପୁଲିସରେ ଏତଲା ରୁଜୁ କରିବା ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ ।

The News Freedom

ଘଟଣା ଅନୁଯାୟୀ , ଗାଜିଆବାଦର ବୈଶାଳି ଅଞ୍ଚଳରେ ରହୁଥିବା ନରେନ୍ଦ୍ର ନେଗୀ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅକୁ ୯ ବର୍ଷ ହୋଇଥିବା ବେଳେ ତା ସହ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ । ଘରେ ତାଙ୍କ ପତ୍ନୀଙ୍କ ଅନୁପସ୍ଥିତିର ଲାଭ ଉଠାଇ ସେ ଏପରି କରୁଥିବା ଜଣାପଡ଼ିଛି। ତେବେ ଏ ନେଇ ନାବାଳିକା ଜଣଙ୍କ କାହାକୁ କହିଲେ ସେ ତାକୁ ଜୀବନରୁ ମାରିଦେବାର ଧମକ ଦେଇଥିବାରୁ ତିନି ବର୍ଷ ପର୍ଯ୍ୟନ୍ତ ନାବାଳିକାଚୁପ୍‌ ରହିଥଲେ । ନାବାଳିକାଙ୍କୁ ବର୍ତ୍ତମାନ ୧୨ ବର୍ଷ ହୋଇଥିବା ବେଳେ ବିଗତ ତିନି ବର୍ଷ ହେବ ଅଭିଯୁକ୍ତ ଜଣକ ଏହିପରି ତାଙ୍କ ନାବାଳିକା ଝିଅ ସହ ଦୁଷ୍କର୍ମ କରିଆସୁଥିଲେ । ତେବେ ଏନେଇ ତାଙ୍କ ପତ୍ନୀଙ୍କୁ ସନ୍ଦେହ ହେବା ପରେ ଗତ ରାତିରେ ସିଧାସଳଖ ଭାବେ ତାଙ୍କୁ ନିଜ ଝିଅ ସହ ଅସଞ୍ଜତ ଅବସ୍ଥାରେ ଧରିଥିଲେ । ଏହା ପରେ ମହିଳା ଜଣଙ୍କ ତୁରନ୍ତ ଏ ନେଇ ସ୍ଥାନୀୟ ପୁଲିସ ଷ୍ଟେସନରେ ଏତଲା ଦେବା ପରେ ଏହି ଘଟଣାକୁ ନେଇ ତୁରନ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି । ଏତଲା ପାଇବା ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର