ସାହାଯ୍ୟର ବର୍ଦ୍ଦି ପିନ୍ଧି ନିର୍ଦୟ ଆଚରଣ ମହଙ୍ଗା ପଡ଼ିଲା: ବୟସ୍କା ମହିଳା ପୁଲିସ୍‌ ଗୋଡ଼ ଧରି ନେହୁରା ହେବା ଭିଡିଓ ଭାଇରାଲ ହେବା ପରେ ବାବୁଙ୍କ ଚାକିରି ଗଲା

ଲକ୍ଷ୍ନୌ: ପୁଲିସ୍‌ ବର୍ଦ୍ଦି ହେଉଛି ଅସହାୟଙ୍କୁ ସାହାଯ୍ୟ କରିବାର ଚିହ୍ନ। ତାହାକୁ ପିନ୍ଧିବା ପରେ ଯେକୌଣସି ପୁଲିସ୍‌ ନିର୍ଦୟ ହେବା ଶୋଭା ପାଏନା। ପୁଲିସ୍‌ ବିଭାଗରେ କାମ କରି ମଧ୍ୟ ଜଣେ ବୟସ୍କା ମହିଳାଙ୍କ କରୁଣ ଆବେଦନକୁ ଅଣଦେଖା କରିବା ଲକ୍ଷ୍ନୌର ସବ୍‌ଇନ୍‌ସ୍ପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଜଣେ ୭୫ ବର୍ଷୀୟା ମହିଳା ପୁଲିସ୍‌ ବାବାଙ୍କୁ ଆଗରେ ହାତ ଯୋଡ଼ି ଯୋଡ଼ି ନେହୁରା ହେଉଥିବା ବେଳେର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି। କେବଳ ହାତ ନୁହେଁ, ମହିଳା ଜଣକ ଶେଷର ପୁଲିସ୍‌ବାବୁଙ୍କ ଗୋଡ଼ ବି ଧରି ପକାଉଛନ୍ତି। ଏପରି ଦୃଶ୍ୟ ଇଣ୍ଟର୍‌ନଟ୍‌ରେ ଭାଇରାଲ ହେବା ପରେ ଉକ୍ତ ନିର୍ଦୟୀ ସବ୍‌ଇନ୍‌ସ୍ପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି।

ସବ୍‌ଇନ୍‌ସ୍ପେକ୍ଟର ତେଜପ୍ରତାପ ସିଂହ ଗୁଡ଼ମ୍ବା ପୁଲିସ୍‌ ଷ୍ଟେସନ୍‌ରେ ନିଯୁକ୍ତି ପାଇଥିଲେ। ୨୭ ସେକେଣ୍ଡ୍‌ର ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ତାଙ୍କୁ ଲକ୍ଷ୍ନୌର ଏସ୍‌ଏସ୍‌ପି କଳାନିଧି ନଥାଇ ନିଲମ୍ବିତ କରିଛନ୍ତି।

ଭିଡିଓରେ ଦିଶୁଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମା ଦେବୀ। ଜାଣିବାକୁ ମିଳିଛି ଯେ ବୃଦ୍ଧାଙ୍କୁ ୨୨ ବର୍ଷିଆ ନାତି ଏକ ଆକଶ ଯାଦବ ଏକ ପ୍ଲେଉଡ୍‌ କାରଖାନାରେ କାମ କରୁଥିବା ବେଳେ ମେସିନ୍‌ ତଳେ ଚପି ଯାଇଥିବା ହେତୁ କମ୍ପାନି ନାମରେ ଅଭିଯୋଗ ଲେଖାଇବା ପାଇଁ ବୃଦ୍ଧା ଜଣକ ଏପରି ନିବେଦନ କରୁଥିଲେ।

ଭିଡିଓଟି ଭାଇରଲ୍‌ ହେବା ପରେ କାରଖାନର ମାଲିକଙ୍କୁ ଧରି ପୁଲିସ୍‌ ପଚରାଉଚରା ଆରମ୍ଭ କରିଛି। ଏହି ଘଟଣାରେ ଏଯାବତ୍‌ କାହାକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧିତ ଖବର