ଆଇନକୁ ନାହିଁ ଖାତିର: ଉତ୍ତରପ୍ରଦେଶରେ ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀ ସହ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଆଇନ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ମହିଳାଙ୍କ ସୁରକ୍ଷାକୁ ନେଇ ଯୋଗୀ ସରକାର ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଦୁଷ୍କର୍ମ ସଂଖ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଅନେକ ମାମଲା ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଉତ୍ତରପ୍ରଦେଶର ରାମପୁରରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି । ସ୍ୱାମୀ ସହ ବାଇକ ଯୋଗେ ଯାଉଥିବା ବେଳେ ପୀଡ଼ିତାଙ୍କ ସହ ଏଭଳି ଘଟିଥିଲା । ସ୍ୱାମୀକୁ ଗଛରେ ବାନ୍ଧି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ ।

New Indian Express

ପୁଲିସ ଦେଇଥିବା ସୂଚନା ମୁତାବକ, ଜୁନ୍‌ ୧୧ରେ ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ବାଇକ୍‌ ଯୋଗେ ଔଷଧ ଆଣିବାକୁ ଯାଉଥିବା ବେଳେ ୪ଜଣ ଯୁବକ ତାଙ୍କୁ ଅଟକାଇ ଅସଦାଚରଣ କରିବା ଆରମ୍ଭ କରିଥିଲେ । ପୀଡ଼ିତାଙ୍କ ସ୍ୱାମୀ ଅଟକାଇବାରୁ ୪ଜଣ ଅଭିଯୁକ୍ତ ଦୁହିଁଙ୍କୁ ମାଡ଼ ମାରିବା ସହ ପୀଡ଼ିତାଙ୍କ ସ୍ୱାମୀକୁ ଗଛରେ ବାନ୍ଧି ଦେଇଥିଲେ । ଏହା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ କରିଥିଲେ । ଦୁଷ୍କର୍ମ ପରେ ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ଅଭିଯୋଗ କରି ନଥିବା ବେଳେ ଦୁଷ୍କର୍ମର ଭିଡିଓ ଭାଇରାଲ ହେବା ପରେ ଏବେ ଦୁହେଁ ଏତଲା ଦେଇଛନ୍ତି । ଏତଲା ପାଇ ପୁଲିସ ଏବେ ଅଭିଯୁକ୍ତମାନଙ୍କ ତଲାସି ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର