ପୁଲିସର ବର୍ବରତା : ବିଚ୍ ରାସ୍ତାରେ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ପୁଲିସକର୍ମୀ
କାନୁପର : ଉତ୍ତରପ୍ରଦେଶର କାନପୁରରେ ପୁଲିସ କରିଥିବା ବର୍ବରତାକୁ ନେଇ ଏବେ ଲୋକେ ନିନ୍ଦା କରିବା ଆରମ୍ଭ କରିଛନ୍ତି । ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଘୋଷଡ଼ି ଘୋଷାଡ଼ି ପୁଲିସ ପିଟୁଥିବାର ଦୃଶ୍ୟ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ମହିଳାଙ୍କୁ ସୁରକ୍ଷା ଦେବାକୁ ଥିବା ପୁଲିସକର୍ମୀଙ୍କ ଏଭଳି କାମ ଏବେ ଏକ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ପୂରା ଘଟଣାଟି ସିସିଟିଭିରେ କଏଦ ହେବା ପରେ ଏବେ ଭାଇରାଲ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ହୋଇଥିବା ଭିଡିଓରେ, ପୀଡ଼ିତା ଶାଜିଆ ନାଜ୍ ନିଜ ଘର ବାହାରେ ଠିଆ ହୋଇ ଜଣେ ମହିଳା ପୁଲିସକର୍ମୀଙ୍କ ସହ କଥା ହେଉଥିବାର ଦେଖାଯାଇଛି । ଭିଡିଓରେ ଦୁଇ ପୁରୁଷ ପୁଲିସକର୍ମୀଙ୍କ ସମେତ ମହିଳା ଉପ-ନିରୀକ୍ଷକ ଓ ଅନ୍ୟ ୩ଜଣ ପୁଲିସକର୍ମୀ ଠିଆ ହୋଇଥିବା ନଜର ଆସିଛି । କିଛି ସମୟ କଥା ହେବା ପରେ ଜଣେ ମହିଳା ପୁଲିସକର୍ମୀ ଶାଜିଆଙ୍କୁ ଚାପୁଡ଼ା ମାରୁଛନ୍ତି । ଶାଜିଆ ଚାପୁଡ଼ାର ଜବାବ ଦେବାକୁ ଚାହିଁବାରୁ ମହିଳା ପୁଲିସକର୍ମୀଜଣଙ୍କ ଶାଜିଆଙ୍କୁ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡ଼ି ପୁଲିସ ଷ୍ଟେସନକୁ ନେଉଛନ୍ତି । ଏହି ଘଟଣା ପରେ ଶାଜିଆ ଆହତ ହୋଇଥିବାରୁ ଏବେ ତାଙ୍କର ଚିକିିତ୍ସା ଚାଲୁ ରହିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଜଣେ ଦୋକାନୀ ଛୋଟ ଶିଶୁକୁ ମାଡ଼ ମାରୁଥିବା ଦେଖି ଶାଜିଆ ଦୋକାନୀକୁ ଚାପୁଡ଼ା ମାରିଥିଲେ । ଦୋକାନୀଜଣଙ୍କ ଏ ନେଇ ପୁଲିସରେ ଅଭିଯୋଗ କରିଥିବାରୁ ଶାଜିଆଙ୍କ ଘରକୁ ପୁଲିସ ଆସି ପହଞ୍ଚିଥିଲା ।