ମାମଲା ରଫାଦଫା କରିବା ପାଇଁ ଘରେ ପଶି ଯୁବତୀଙ୍କୁ ରାତି ବିତାଇବାର ପ୍ରସ୍ତାବ ଦେଲେ ପୁଲିସ କର୍ମଚାରୀ

ଫରୁଖାବାଦ୍‌ : ଫରୁଖାବାଦ୍‌ର ଜଣେ ପୁଲିସକର୍ମୀ ଜଣେ ମହିଳାଙ୍କ ଘରେ ତାଙ୍କୁ ଅସଦାଚରଣ କରିବା ସହ ଗୋଟେ ରାତି ବିତାଇବା ଭଳି ଅପମାନଜନକ ପ୍ରସ୍ତାବ ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲା ସର୍ବସମ୍ମୁଖକୁ ଆସିବା ପରେ ସମସ୍ତଙ୍କୁ ପୁଲିସକର୍ମୀଙ୍କ ଏଭଳି ଅମାନୁଷିକ କାମ ଆଶ୍ଚର୍ଯ୍ୟ କରିଛି । ଯୁବତୀ ଏକ ମାମଲାକୁ ରଫାଦଫା ପାଇଁ ୧୦ହଜାର ଟଙ୍କା ଦେଇ ନ ପାରିବାରୁ ପୁଲିସକର୍ମୀଜଣଙ୍କ ଏଭଳି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ପୀଡ଼ିତା ଏଏସ୍‌ପିଙ୍କ ଆଗରେ ଅଭିଯୋଗ କରିବା ପରେ ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି ।

Comaro Chronicle

ସୂଚନା ମୁତାବକ, ପୀଡ଼ିତାଙ୍କ ଭାଇ ଏବଂ ଭାଉଜଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ତାଙ୍କ ଭାଉଜ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ କର୍ମଚାରୀ ଅଜିତ୍‌ ଶର୍ମା ତାଙ୍କ ସହକର୍ମୀଙ୍କ ସହ ଆସି ତଦନ୍ତ କରିବା ସହ ଗାଳିଗୁଲଜ କରିଥିଲେ । ଏମିତି କିଛି ଦିନ ଚାଲିବା ପରେ ଗତ ଜୁଲାଇ ୧୦ତାରିଖରେ ଅଜିତ୍‌ ଶର୍ମା ନିଜର କିଛି ଅଜଣା ସାଥୀଙ୍କୁ ନେଇ ପୀଡ଼ିତାଙ୍କ ଘରେ ରାତି ୨ଟାରେ ପଶିି ଯାଇଥିଲେ । ପୀଡ଼ିତା ବିରୋଧ କରିବା ପରେ ତାଙ୍କ ସହ ଅସଦାଚରଣ କରିବା ସହ ପିନ୍ଧିଥିବା କପଡ଼ାକୁ ଚିରି ଦେଇଥିଲେ। କ’ଣ ଚାହୁଁଛ ବୋଲି ପଚାରିବା ପରେ ୧୦ହଜାର ଟଙ୍କା ଦେଲେ ମାମଲାକୁ ଏଇଠି ବନ୍ଦ କରି ଦିଆଯିବ ବୋଲି କହିଥିଲେ ଅଜିତ୍‌ । ଟଙ୍କା ନ ଥିବା କଥା କହିବା ପରେ ତୁମ ଝିଅକୁ ଗୋଟେ ରାତି ପାଇଁ ମୋ ଘରକୁ ପଠାଅ ବୋଲି କହିଥିଲେ ଅଜିତ୍‌ । ସମସ୍ତେ ଏହା ଦେଖୁଥିଲେ ମଧ୍ୟ ଡ଼ରରେ କେହି ପାଟି ଫିଟାଇ ନଥିଲେ ।

ସମ୍ବନ୍ଧିତ ଖବର