ଭାଇରାଲ୍‌ ଭିଡିଓ: ଦେଖନ୍ତୁ ଧରପଡ଼ିବା ପରେ କେମିତି ମାଡ଼ ଖାଉଛନ୍ତି ପ୍ରେମୀ ଯୁଗଳ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଦିନ ଅନ୍ତରରେ ଉତ୍ତରପ୍ରଦେଶରେ ନିଶ୍ଚୟ କିଛି ନା କିଛି ବଡ଼ ଧରଣର ଅପରାଧ ଦେଖିବାକୁ ମିଳୁଛି। ବିଶେଷ କରି ଆଣ୍ଟି ରୋମିଓ ସ୍ୱାର୍ଡ ନିୟମ ଜାରି ହେବା ଦିନଠାରୁ ରାଜ୍ୟର ଅବସ୍ଥା ଏକଦମ୍‌ ଶୋଚନୀୟ। ରାସ୍ତା, ଘାଟ, ଉଦ୍ୟାନ ଯେଉଁଠି ବି କୌଣସି ପୁଅ-ଝିଅଙ୍କୁ ଦେଖିଲେ ଆରମ୍ଭ ହୋଉଯାଉଛି ଆଣ୍ଟି ରୋମିଓଙ୍କ ଗୁଣ୍ଡାଗର୍ଦ୍ଦି।

ନିକଟରେ ଉତ୍ତର ପ୍ରଦେଶର କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ବେଶ୍‌ ଚର୍ଚ୍ଚା ପାଲଟିଛି। ଭିଡିଓଟିରେ ଶୃଙ୍ଖଳା ଜ୍ଞାନ ଶିଖାଇବା ପାଇଁ ଯେଉଁମାନେ ପୁଅ-ଝିଅମାନଙ୍କୁ ପିଟିବାରେ ଲାଗିଛନ୍ତି ବାସ୍ତବରେ ସେହିମାନେ ହିଁ ବିଶୃଙ୍ଖଳତାର ଏକ ଜ୍ୱଳନ୍ତ ନମୂନା ପରି ମନେ ହେଉଛନ୍ତି।

ଫେସ୍‌ବୁକ୍‌ରେ ବୁଲୁଥିବା ଭିଡିଓଗୁଡ଼ିକ ମଧ୍ୟରୁ ଗୋଟାକରେ ଦେଖିବାକୁ ମିଳୁଛି ଯେ ଗୋଟାଏ ଗଛରେ ପ୍ରେମୀ ଯୁଗଳ ବନ୍ଧା ହୋଇଛନ୍ତି। ଅନ୍ୟ ଏକ ଭିଡ଼ିଓରେ ଦେଖିବାକୁ ମିଳୁଛି ଜଣେ ଦୁର୍ବୃତ୍ତ ଏକ ନିଛାଟିଆ ଜଙ୍ଗଲ ମଧ୍ୟରେ ଜଣେ ଯୁବତୀଙ୍କୁ ପିଟିବାରେ ଲାଗିଛି। ସେହିପରି ଆହୁରି ଏକ ଭିଡିଓରେ କିଛି ପିଲା ମିଶି ଅନ୍ୟ ପ୍ରେମୀ ଯୁଗଳଙ୍କୁ ଟଣାଘୋଷରା କରିବା ସହ ମାରପିଟ କରୁଛନ୍ତି। ତେବେ, ଏ ସମସ୍ତ ଦୃଶ୍ୟ ଉତ୍ତରପ୍ରଦେଶ ବୋଲି ପୋଷ୍ଟ୍‍ରେ ଉଲ୍ଲେଖ କରାଯାଇଛି।

(ସୌଜନ୍ୟ: ଫେସ୍‌ବୁକ୍‌)

ସମ୍ବନ୍ଧିତ ଖବର