କୁକୁର ସହ ଅପ୍ରାକୃତିକ ଯୌନକ୍ରିୟା କରି ଗିରଫ ହେଲେ ୩ ଅଭିଯୁକ୍ତ

ଲକ୍ଷ୍ନୌ : ଆଜିକାଲି ଦୁଷ୍କର୍ମ ସଂଖ୍ୟା ବଢ଼ୁଥିବାରୁ ସରକାର ଚିନ୍ତାରେ । କଡ଼ା ଆଇନ ପ୍ରୟଣନ ସତ୍ତ୍ୱେ ମଧ୍ୟ ଅଭିଯୁକ୍ତମାନେ ଅପରାଧ କରିବାକୁ ଡ଼ରୁ ନାହାନ୍ତି । ମହିଳା ଏବଂ ଶିଶୁମାନେ ଏଭଳି ଦାନବଙ୍କ ଶିକାର ହେଉଥିବା ବେଳେ ଏବେ ନିରୀହ କୁକର ଦୁଷ୍କର୍ମର ଶିକାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ପୋଷା କୁକୁର ସହ ୩ଜଣ ଆପ୍ରାକୃତିକ ଯୌନକ୍ରିୟା କରିଥିବାରୁ ଶୁକ୍ରବାର ଉତ୍ତରପ୍ରଦେଶ ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି ।

Hindustan Times

କୁକୁରର ମାଲିକାଣୀ ସନ୍ତୋଷ କୁମାରୀଙ୍କ ଅନୁଯାୟୀ, ଗୁରୁବାର ରାତିରେ ଆମ ଘରେ ଭଡ଼ା ରହୁଥିବା ଦିନେଶ କୁମାର ନିଜର ଦୁଇ ବନ୍ଧୁଙ୍କ ସହ ମିଶି ମୋ ପୋଷା କୁକୁରକୁ ନିଜ ରୁମ୍‌କୁ ନେଇ ଚାଲି ଯାଇଥିଲେ । ଶୁକ୍ରବାର ସକାଳେ ମୁଁ ତାକୁ ଖୋଜି ଦିନେଶଙ୍କ ରୁମ୍‌ରେ ପହଞ୍ଚିବା ପରେ କୁକୁରଟି ଅଚେତ ଅବସ୍ଥାରେ ତଳେ ପଡ଼ିଥିଲା । ତାହାର ଗୁପ୍ତାଙ୍ଗରେ ଆଘାତ ଲାଗିଥିବା ଦେଖି ମୁଁ ଡ଼ାକ୍ତରଙ୍କ ପାଖକୁ ନେଇଥିଲି । ଯାହା ପରେ କୁକୁର ସହ ଆପ୍ରାକୃତିକ ଯୌନକ୍ରିୟା କରାଯାଇଥିବା କହିଥିଲେ ଡ଼ାକ୍ତର । ଏବେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇ ସାରିଥିବା ବେଳେ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର