ପ୍ରେମ ପ୍ରସ୍ତାବକୁ ନାଁ କହି ଦୁବାଇ ଚାଲି ଯାଇଥିଲେ ମହିଳା, ୧୭ ବର୍ଷ ପରେ ବିବାହ ପାଇଁ ଆସିଥିବା ବେଳେ ହତ୍ୟା କଲା ଅଭିଯୁକ୍ତ

ବିଜ୍‌ନୋର : ଉତ୍ତରପ୍ରଦେଶର ବିଜ୍‌ନୋରରେ ଘଟିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ଅଶ୍ୱିନୀ ଓରଫ ଜନି ଦାଦାକୁ ନେଇ ଏବେ ପୁଲିସ ଚିନ୍ତାରେ । ୫ଦିନରେ ୩ଜଣଙ୍କୁ ହତ୍ୟା କରିବା ପରେ ମଧ୍ୟ ଅଭିଯୁକ୍ତ ପୁଲିସ ହାତରେ ଧରା ପଡ଼ି ନଥିବାରୁ ତଦନ୍ତ ଜୋରଦାର କରିଛି ପୁଲିସ । ଟିକ୍‌-ଟକ୍‌ରେ ସବୁବେଳେ ସକ୍ରିୟ ରହିବା ସହ ବିବାଦୀୟ ଏବଂ ହିଂସା ସୃଷ୍ଟି କରୁଥିବା ଭିଡିଓ ବନାଉଥିଲେ ଅଶ୍ୱିନୀ । ନିଜ ଭିଡିଓରେ ଲୋକଙ୍କୁ ଡ଼ରାଇ ସେ ଖୁସି ଅନୁଭବ କରୁଥିଲା । ଏବେ ୩ଟି ହତ୍ୟା ପରେ ମଧ୍ୟ ପୁଲିସ ଅଶ୍ୱିନୀଙ୍କୁ ଗିରଫ କରି ପାରି ନଥିବାରୁ ଏ ନେଇ ବିବାଦ ବଢ଼ିବାରେ ଲାଗିଛି ।

Image result for kill through gun
The Heritage Foundation

ସୂଚନା ମୁତାବକ, ୨୦୦୨ରେ ନିକିତା ନାମକ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଅଶ୍ୱିନୀ । କିନ୍ତୁ ନିକିତା ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ ନ କରିବା ସହ ପଢ଼ିବା ପାଇଁ ଦୁବାଇ ଚାଲି ଯାଇଥିଲେ । ୨୦୧୯ରେ ସେ ନିଜ ବିବାହ ପାଇଁ ଭାରତ ଫେରିଥିବା ଜାଣି ଅଶ୍ୱିନୀ ତାଙ୍କ ଘରକୁ ଯାଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ସେଠାରୁ ଫେରିବା ପରେ ବିଜେପିର ସମର୍ଥକ ରାହୁଲ କୁମାର ଓ କ୍ରିଷ୍ଣା କୁମାର ତାଙ୍କୁ ଏ ନେଇ ବିରୋଧ କରିବାରୁ ଅଶ୍ୱିନୀ ଦୁହିଁଙ୍କୁ ହତ୍ୟା କରିଥିଲେ । ଏବେ ଅଶ୍ୱିନୀଙ୍କୁ ଗିରଫ କରିବା ପାଇଁ ପୁଲିସ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର