ବିବାହ ପାଇଁ ଅପେକ୍ଷା କରିବାକୁ କହିବାରୁ ପ୍ରେମିକକୁ ନିର୍ମମ ଭାବେ ହତ୍ୟା କଲା ‌ବିବାହିତା ପ୍ରେମିକା

ବରେଲି: ସୋମବାର ଉତ୍ତରପ୍ରଦେଶର ବରେଲିରେ ଥିବା କୁମାର ସିନେମା ହଲ ନିକଟରେ ଜଣେ ୨୮ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା।  ହତ୍ୟା ପଛରେ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବରେଲିର ବରିଷ୍ଠ ପୁଲିସ ଅଧୀକ୍ଷକ ଶୈଲେଶ ପାଣ୍ଡେ ୨୪ଘଣ୍ଟା ମଧ୍ୟରେ ମାମଲାର ସମାଧାନ ପାଇଁ ୧୫,୦୦୦ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ପୁରସ୍କାର ଘୋଷଣା ହେବା ପରେ ଅତିରିକ୍ତ ଏସପି ଆର.କେ ଭାରତିଆ ଏବଂ ତାଙ୍କ ଟିମ୍ ସନ୍ଦିଗ୍ଧମାନଙ୍କୁ ଖୋଜିବା ଏବଂ ପ୍ରମାଣ ସଂଗ୍ରହ କରିବା ଆରମ୍ଭ କରିଥିଲେ। ୨୪ଘଣ୍ଟା ମଧ୍ୟରେ, ପୁଲିସ ୨୮ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଟ୍ରାକ କରିବାରେ ସଫଳ ହୋଇଥିଲା।

ଦୁଇଜଣଙ୍କ ମଧ୍ୟରୁ ଜଣେ ମୃତକ ଯୋଗେଶ ସକ୍ସେନାଙ୍କ ପ୍ରେମିକା ଥିବା ଜଣାପଡ଼ିଛି। ଅଭିଯୁକ୍ତ ପ୍ରେମିକାର ନାଁ ଉମା ଶୁକ୍ଲା ବୋଲି ଚିହ୍ନଟ କରାଯାଇଥିବା ବେଳେ ଯୋଗେଶ ବିବାହ ପାଇଁ ଅପେକ୍ଷା କରିବାକୁ କହିବାରୁ ଉମ‌ା ହତ୍ୟ‌ା ଭଳି ଅପରାଧ କରିଥିବା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଉମା ବିବାହିତ ଥିଲେ କିନ୍ତୁ୨୦୧୪ରେ ଉମା ତାଙ୍କ ସ୍ୱାମୀଙ୍କ ଘରୁ ଚାଲିଆସି ଅଲଗା ହୋଇ ରହିବା ଆରମ୍ଭ କରିଥିଲେ। ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକ ଯୌତୁକ ମାମଲା ମଧ୍ୟ ଦାଖଲ କରିଥିଲେ। କିଛି ଦିନ ଅଲଗା ରହିବା ପରେ ଉମା ଏବଂ ଯୋଗେଶଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

Image result for up-woman-bludgeons-boyfriend-of-8-years-sets-him-ablaze-to-marry-another-man
Times Now

୮ବର୍ଷର ସଂପର୍କ ପରେ ଉମା ବିବାହ କରିବାକୁ ଚାହୁଁଥିଲେ ମଧ୍ୟ ଯୋଗେଶ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। ତାଙ୍କ ବଡ଼ ଭଉଣୀ ବିବାହ କରି ନଥିବାରୁ ଯୋଗେଶ ବିବାହ କରିବା ପାଇଁ ସମୟ ମାଗୁଥିଲେ। ଯୋଗେଶ ଉମାଙ୍କୁ ଅପେକ୍ଷା କରିବାକୁ କହିବା ପରେ ସେ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ଯୋଗେଶଙ୍କ ମନା କରିବା ପରେ ବିବାହ କରିବାକୁ ଇଚ୍ଛୁକ ଥିବା ଉମ‌ା ରାଗରେ ସ୍ଥାନୀୟ ଦୋକାନୀ ସୁନୀଲଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ପରେ ସୁନୀଲଙ୍କ ସହ ମିଶି ଯୋଗେଶଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ରବିବାର ଉମା ଯୋଗେଶଙ୍କୁ ସୁନୀଲଙ୍କ ଦୋକାନ ନିକଟକୁ ରାତି ପ୍ରାୟ ୯.୩୦ସମୟରେ ସାକ୍ଷାତ କରିବାକୁ ଡ଼ାକିଥିଲେ। ଯୋଗେଶ ଘଟଣାସ୍ଥଳରେ ପହଞ୍ଚିବା ପରେ ସୁନୀଲ ପ୍ରଥମେ ଆଖିରେ ଲଙ୍କଗୁଣ୍ଡ ପାଉଡ଼ର ସ୍ପ୍ରେ କରି ତାଙ୍କ ଗଳାକୁ ଚିପି ଦେଇଥିଲେ। ପରେ ମରିଯାଇଥିବା ଜାଣି ଦୁହେଁ ଯୋଗେଶଙ୍କ ମୃତଦେହ ଉପରେ କିିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର