ଚତୁର୍ଥୀ ରାତିରେ ଗଣଦୁଷ୍କର୍ମର ଶିକାର ହେଲେ ନବବଧୂ, ଯୌତୁକ ନ ମିଳିବାରୁ ଏଭଳି ଅମାନବୀୟ କାମ କଲେ ସ୍ୱାମୀ ଏବଂ ଦିଅର

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ୨୬ବର୍ଷୀୟ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଏବଂ ଦିଅର ଦୁଷ୍କର୍ମ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣାଟି ଯୌତୁକକୁ ଆଧାର କରି ଘଟିଥିବା ବେଳେ ବିବାହ ପରେ ଚତୁର୍ଥୀ ରାତିରେ ଏଭଳି ଅମାନବୀୟ କାଣ୍ଡ ଘଟଣାଇଥିଲେ ଦୁଇ ଅଭିଯୁକ୍ତ । ଦୁଷ୍କର୍ମ ପରେ ଶାଶୁଘର ଲୋକେ ପୀଡ଼ିତାଙ୍କୁ ରୁମ୍‌ରେ ବନ୍ଦ କରି ଦେଇଥିଲେ । ରାତି ସାରା ରକ୍ତାକ୍ତ ଅବସ୍ଥାରେ  ପଡ଼ି ରହିବା ପରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାଟି ମାର୍ଚ୍ଚ ୬ରେ ଘଟିଥିବା ବେଳେ ଗୁରୁବାର ଏହା ସାମ୍ନାକୁ ଆସିଥିଲା ।

IndiaFilings

ସୂଚନା ମୁତାବକ, ବିବାହ ସମୟରେ ମାଗିଥିବା ଜିନିଷ ନ ମିଳିବାରୁ ଦୁଇ ଅଭିଯୁକ୍ତ ଏପରି କରିବା ପାଇଁ ଚିନ୍ତା କରିଥିଲେ । ମଦ ପିଇବା ପରେ ଦୁହେଁ ପୀଡ଼ିତାଙ୍କ ପାଖକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ବିଷୟରେ ଶାଶୁ ଘର ଲୋକେ ଜାଣିଥିଲେ ମଧ୍ୟ କେହି ପାଟି ଫିଟାଇ ନଥିଲେ । ସକାଳ ସମୟରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆଯିବା ପରେ ତାଙ୍କ ବାପ ଘର ଲୋକଙ୍କୁ ଖବର ଦିଆ ଯାଇଥିଲା । ସବୁ ଜାଣିବା ପରେ ସେମାନେ ପୁଲିସରେ ଅଭିଯୋଗ କରିଥିଲେ ବୋଲି ଜଣା ପଡ଼ିଛି । ଅଭିଯୋଗ ପାଇ ପୁଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିିଛି ।

ସମ୍ବନ୍ଧିତ ଖବର