ନବଜାତ ଯାଆଁଳା ଝିଅଙ୍କୁ ପୋଖରୀରେ ଫିଙ୍ଗି ଅପହରଣ ହୋଇଛି ବୋଲି ରିପୋର୍ଟ ଲେଖାଇଲେ ମାଆ

ମିରଟ: ରବିବାର ଦିନ ପଶ୍ଚିମ ଉତ୍ତର ପ୍ରଦେଶର ମୁଜାଫର ନଗର ଜିଲ୍ଲାରେ ସ୍ୱାମୀଙ୍କ ସହ କଜିଆ କରି ଜଣେ ମହିଳା ତାଙ୍କର ନବଜାତ ଯମଜ କନ୍ୟାଙ୍କୁ ପୋଖରୀରେ ଫିଙ୍ଗି ଦେଇଛନ୍ତି। ପିଲା ଦୁଇଟି ୨୦ ଦିନ ତଳେ ଜନ୍ମିଥିଲେ।

ପୁଲିସ ସେ ଦମ୍ପତିଙ୍କୁ ଗିରଫ କରିଛି।

ପୁଲିସ କହିଛି, ସ୍ୱାମୀ ଓ୍ଵାସୀମ୍‌ କିଛି ଦିନ ହେବ ବେକାର। ତେଣୁ ନବଜାତ କନ୍ୟାଙ୍କର ଲାଳନପାଳନରେ ନିଜର ସାମର୍ଥ୍ୟ ଉପରେ ସନ୍ଦିହାନ ହୋଇ ପତ୍ନୀ ନଜ୍‌ମା ଅନିଶ୍ଚିତ ଥିଲେ। ଓ୍ଵାସିମ କାମ ଖଣ୍ଡେ ଯୋଗାଡ଼ କରି ପାରୁ ନ ଥିବା କାରଣରୁ ଦୁହିଁଙ୍କ ମଧ୍ୟରେ କଳିକଜିଆ ଲାଗିଥିଲା। ରାଗରେ ନଜ୍‌ମା ଦୁଇ ଝିଅଙ୍କୁ ଗାଁ ପୋଖରୀକୁ ଫିଙ୍ଗି ଦେଇଥିଲା।

ନରହତ୍ୟା କରିଛନ୍ତି ବୋଲି ଯେତେବେଳେ ଚେତା ପଶିଲା ନଜ୍‌ମା ଗ୍ରାମବାସୀଙ୍କୁ କହିଲେ କି, ପିଲା ଦୁଇଟାଙ୍କୁ କିଏ ଅପହରଣ କରି ନେଇଛି।

ଶିଖେରା ଥାନାରେ ସେ ଦମ୍ପତି ଅପହରଣ ଅଭିଯୋଗ କଲେ। ପଚରା ଉଚୁରା ପାଇଁ ଥାନା ଅଧିକାରୀ ଦୁହିଁଙ୍କୁ ଥାନାକୁ ଡକାଇଲେ। ଏଥିରେ ଉଭୟ ସ୍ୱୀକାର କଲେ କି, ପିଲା ଦୁହିଁଙ୍କୁ ଗାଁ ପୋଖରୀରେ ଫିଙ୍ଗି ଦିଆଯାଇଛି।

ପୋଖରୀରୁ ଶବ ଦୁଇଟିକୁ ଉଦ୍ଧାର କରାଯାଇ ସେ ଦମ୍ପତିଙ୍କୁ ଗିରଫ କରାଯାଇ ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର