ବ୍ରେକ୍‌-ଅପ୍‌ ପରେ ପୂର୍ବ ପ୍ରେମିକା ସହ ରଖିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଫେସ୍‌ବୁକରେ ଅପ୍‌ଲୋଡ଼ କଲା ପ୍ରେମିକ

ମୁମ୍ବାଇ : ପ୍ରେମିକାଠାରୁ ଅଲଗା ହେବା ପରେ ରାଗରେ ପ୍ରେମିକ ଜଣଙ୍କ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଫେସ୍‌ବୁକ୍‌ରେ ଛାଡ଼ିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ଏ ନେଇ ପ୍ରଥମେ କିଛି ଜଣା ନ ଥିବା ବେଳେ ନିଜେ ପ୍ରେମିକ ଫୋନ କରି ପ୍ରେମିକାକୁ ଜଣାଇଥିଲେ । ଏ ବିଷୟରେ ଜାଣି ପ୍ରେମିକା ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଖୋଜି ଗିରଫ କରିଛି ପୁଲିସ । ଏପରି କରିବା ପଛର କାରଣ ପଚରାଯିବା ପରେ ପୁଲିସ ଆଗରେ ସବୁ ଘଟଣା ବିଷୟରେ ଜଣାଇଥିଲା ପ୍ରେମିକ ।

oneindia.com

୨୦୧୬ରେ ଏକ ଡ଼ାକ୍ତରଖାନାରେ ଦୁଇ ଜଣଙ୍କର ଦେଖା ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । କିଛି ଦିନ କଥା ହେବା ପରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରେମ ସଂପର୍କ ହେବା ପରେ ଦୁଇ ଜଣ ସାଙ୍ଗ ହୋଇ ଲୋନାଓ୍ଵାଲା ଏବଂ ଅଲିବାଗ୍‌ ବୁଲିବା ପାଇଁ ଯାଇଥିଲେ । ଏହି ସମୟରେ ପ୍ରେମିକ ପୀଡ଼ିତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉତ୍ତୋଳନ କରିଥିଲେ । ସେଠାରୁ ଆସିବା ପରେ ୨୦୧୭ରେ ପୀଡ଼ିତାଙ୍କ ଆଉ କାହା ସହ ସଂପର୍କ ଥିବା ସନ୍ଦେହ କରିଥିଲା ପ୍ରେମିକ । ପ୍ରେମିକର ଏହି ସନ୍ଦେହକୁ ଦୂର କରିବା ପାଇଁ ପୀଡ଼ିତା ବିବାହ ପ୍ରସ୍ତାବ ଦେଇଥିଲେ । ଦୁଇ ଜଣ ବିବାହ କରିବା ପାଇଁ ରାଜି ହୋଇ ଯାଇଥିବା ବେଳେ ପୀଡ଼ିତାଙ୍କ ପରିବାର ଲୋକେ ଏହି ବିବାହରେ ରାଜି ହୋଇ ନଥିଲେ । ଏଥିରେ ରାଗି ଯାଇ ଜାନୁଆରି ୨୦୧୮ରେ ପ୍ରେମିକ ଉଠାଇଥିବା ଅଶ୍ଲୀଳ ଫଟୋକୁ ଫେସ୍‌ବୁକ୍‌ରେ ଛାଡ଼ିଥିଲେ । ପରେ ଏହାକୁ ପୁଣି ହଟାଇ ଦେଇଥିଲେ । ଏପରି ଅନେକ ଥର କରିବା ପରେ ଏ ବିଷୟରେ ପୀଡ଼ିତାଙ୍କୁ ଜଣା ପଡ଼ିଥିଲା । ଯାହା ଫଳରେ ସେ ମେ ମାସରେ ପୁଲିସରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ କରି ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର