ଅନର କିଲିଂ: ଦଳିତ ଯୁବତୀଙ୍କୁ ବିବାହ କରିବାରୁ ଯୁବକଙ୍କୁ ଗୁଳିକରି ହତ୍ୟା

କାନପୁର: ୧୯ ବର୍ଷୀୟା ଦଳିତ ଯୁବତୀଙ୍କୁ ବିବାହ କରିବାର ମୂଲ୍ୟ ଜନୈକ ଯୁବକଙ୍କୁ ଦେବାକୁ ପଡ଼ିଛି । ବିବାହକୁ ୩ମାସ ହୋଇଯାଇଥିଲେ ମଧ୍ୟ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରିଥିବା ଜଣା ପଡ଼ିଛି । ଏହି ଘଟଣାଟି ରବିବାର ଘଟିଥିବା ବେଳେ, ଘଟଣାରେ ମୁଖ୍ୟ ଅଭିଯୁକ୍ତ ଯୁବତୀଙ୍କ ମାମୁଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ମୁତାବକ, ସିର୍‌କି ମୋହଲରେ ରହୁଥିବା ମୃତ ସୋନୁ ସିଂ କିଛି ବର୍ଷ ପୂର୍ବରୁ ଜନୈକା ଦଳିତ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଦୁହେଁ ଦୁିହିଁଙ୍କୁ ଭଲ ପାଉଥିବାରୁ ନିଜ ସଂପର୍କକୁ ସେମାନେ ବିବାହର ରୂପ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହି ସଂପର୍କକୁ ମାନି ନଥିଲେ । ପରିବାର ସେମାନଙ୍କ ବିବାହକୁ ନାମଞ୍ଜୁର କରିବାରୁ ଦଳିତ ଯୁବତୀ ଜଣଙ୍କ ସୋନୁଙ୍କ ସହ ଘରୁ ପଳାଇ ଯାଇ ବିବାହ କରିଥିଲେ । ଯାହା ଯୁବତୀଙ୍କ ପରିବାରର ସମ୍ମାନକୁ କ୍ଷୁଣ୍ଣ କରିଥିଲା ।

India.com

ପରିବାର ପ୍ରତି ହୋଇଥିବା ଅସମ୍ମାନର ପ୍ରତିଶୋଧ ନେବା ପାଇଁ ଯୁବତୀଙ୍କ ମାମୁଁ ସୋନୁଙ୍କୁ ମାରିବା ପାଇଁ ଯୋଜନା କରିଥିଲେ । ରବିବାର ସୋନୁ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଯୋଜନା ମୂତାବକ ୪ଜଣଙ୍କ ଦୃବୁତ୍ତ ଆସି ବିଚ୍‌ ରାସ୍ତାରେ ତାଙ୍କୁ ଗୁଳି କରିଥିଲେ ।
ପୋଲିସକୁ ଏ ନେଇ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚି ସୋନୁଙ୍କୁ ଡ଼ାକ୍ତରଖାନା ପହଞ୍ଚାଇଥିଲା ପୋଲିସ । କିନ୍ତୁ ସେଠାରେ ପହଞ୍ଚିବା ପରେ ସୋନୁଙ୍କ ମୃତ୍ୟୁ ହୋଇ ସାରିଥିଲା । ତଦନ୍ତ ପରେ ଏହି ହତ୍ୟା ପଛରେ ଦଳିତ ଯୁବତୀଙ୍କ ମାମୁଙ୍କ ହାତ ଥିବା ଜାଣିପାରି ତା’ଙ୍କୁ ଗିରଫ କରିଥିଲା ପୋଲିସ ।

ସମ୍ବନ୍ଧିତ ଖବର