ନାବାଳିକା ସହ ଦୈହିକ ସମ୍ପର୍କ ପାଇଁ ବିମାନକୁ ଅଟୋପାଇଲ୍‌ଟ୍‌ ମୋଡ୍‌ରେ ରଖିଥିବା ଆମେରିକୀୟ କୋଟିପତିଙ୍କୁ ଜେଲ୍‌ଦଣ୍ଡ

ଓ୍ଵାସିଂଟନ୍‌: ଜଣେ ପନ୍ଦର ବର୍ଷୀୟ ବାଳିକା ସହ ଦୈହିକ ସମ୍ପର୍କ ରଖିଥିବା କାରଣରୁ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ୫୩ ବର୍ଷିୟ କୋଟିପତି ବ୍ୟବସାୟୀଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ ହୋଇ ପାରେ। ଏ ଭଳି କରୁଥିବା ସମୟରେ ଥରେ ସେ ନିଜର ବ୍ୟକ୍ତିଗତ ବିମାନକୁ ଅଟୋପାଇଲ୍‌ ମୋଡ୍‌ରେ ରଖିଥିଲେ।

ନିଉ ଜର୍ସି ଅନ୍ତର୍ଗତ ବେଡ୍‌ମିନ୍‌ଷ୍ଟର୍‌ର ୫୩ ବର୍ଷିୟ କୋଟିପତି ବ୍ୟବସାୟୀ ଷ୍ଟିଫେନ୍‌ ବ୍ରେଡ୍‌ଲି ମେଲ୍‌ ଅବୈଧ ଦୈହିକ ସମ୍ପର୍କ ଲାଗି ଆନ୍ତରାଜ୍ୟ ଭ୍ରମଣ କରିବା ଏବଂ ୨୦୧୮ରେ ଚାଇଲ୍‌ଡ୍‌ ପର୍ଣ୍ଣଗ୍ରାଫି ରିସିଭ୍‌ କରିଥିବା କାରଣରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ତିନି ସନ୍ତାନର ପିତା ମେଲ୍‌ଙ୍କର ଅଛି ଗୋଟାଏ ବ୍ରୋକେରେଜ୍‌ ଫାର୍ମ ରହିଛି। ଯେଉଁ ୧୫ ବର୍ଷୀୟ ଝିଅ ସହ ଦୈହିକ ସମ୍ପର୍କ ରଖିଥିଲେ ତା’ ମାଆଙ୍କ ଅନୁରୋଧ କ୍ରମେ ମେଲ୍‌ ତାକୁ ବିମାନ ଉଡ଼ାଣ ଶିଖାଉଥିଲେ।

ଅନ୍ୟ ଜଣେ କିଶୋରୀ ସହ ଶାରୀରିକ ସମ୍ପର୍କ ରଖିଥିବା ଘଟଣା ଯୋଗୁଁ ଏ ମାସର ପ୍ରାରମ୍ଭରେ ମେଲ୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଜୁଲାଇ ମାସରେ ଏଥି ନିମନ୍ତେ ତାଙ୍କୁ ଦଣ୍ଡାଦେଶ ଦିଆଯିବ।

ସମ୍ବନ୍ଧିତ ଖବର