ଜନଗହଳିପୂର୍ଣ୍ଣ ରାସ୍ତାରେ ବିବସ୍ତ୍ର ହୋଇ ବୁଲୁଥିଲେ ମହିଳା, ପୁଲିସ କାରଣ ପଚାରିବାରୁ କହିଲେ, ‘ବହୁତ ଗରମ ହେଉଛି ସାଙ୍ଗ’

ନୂଆଦିଲ୍ଲୀ: ଆମେରିକାରେ ଜଣେ ମହିଳାଙ୍କୁ ପୁଲିସ ବିବସ୍ତ୍ର ହୋଇ ବୁଲୁଥିବା ଅପରାଧରେ ଗିରଫ କରିଛି। ମହିଳାଙ୍କ ଉପରେ ଅଭଦ୍ରତା ଆଚରଣ କରୁଥିବା ନେଇ ମାମଲା ରୁଜୁ ହୋଇଛି। ନେଶଭିଲିରେ ଜଣେ ମହିଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବିବସ୍ତ୍ର ହୋଇ ବୁଲୁଥିବା ଦେଖି ପୁଲିସ ଥାନାକୁ  ନେଇ ଯାଇଥିଲା। ସେଠାରେ ତାଙ୍କୁ ପଚରାଉଚରା ସମୟରେ ମହିଳା ପୁଲିସକୁ କହିଥିଲେ, ବହୁତ ଗରମ ହେଉଥିବା ହେତୁ ସେ ଏମିତି ବୁଲୁଛନ୍ତି।

ନେଶଭିଲି ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ମହିଳା ସଡ଼କରେ ବିନା ପୋଷାକରେ ବୁଲୁଥିବା ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ଯାଇ ପହଞ୍ଚି ଥିଲା। ୩୫ବର୍ଷିଅ ଡେନିସ ନାମକ ଏହି ମହିଳାଙ୍କୁ ପୁଲିସ ସଡ଼କରୁ ବୁଝାସୁଝା କରି ଥାନାକୁ ନେଇ ଯାଇଥିଲା।

ଥାନାରେ ମହିଳାଙ୍କୁ ଏପରି ରାସ୍ତାରେ ବୁଲିବା କ’ଣ ଠିକ୍‌ ବୋଲି ପୁଲିସ ପଚାରିବାରୁ ସେ ଅତି ଶାନ୍ତ ସ୍ୱଭାବରେ ଜବାବ ଦେଇ କହିଥିଲେ, ‘ମୁଁ ଜାଣିଛି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏପରି ବୁଲିବା ଠିକ୍‌ ନୁହେଁ। କିନ୍ତୁ ମୋତେ ପ୍ରବଳ ଗରମ ହେଉଛି। ତେଣୁ ମୁଁ ଏପରି ବିବସ୍ତ୍ର ହୋଇ ବୁଲିବାକୁ ବାଧ୍ୟ ହେଉଛି।’ ମହିଳାଙ୍କ ଉତ୍ତର ଶୁଣି ପୁଲିସ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର