ତିନ୍‌ ତଲାକ୍‌ ବିଲ୍‌ ପାସ୍‌ ହେବା ପରଦିନ ସ୍ତ୍ରୀକୁ ଫୋନ କରି ତିନ୍‌ ତଲାକ୍‌ ଦେଲା ସ୍ୱାମୀ, ତା’ ପରେ…..

ଗୋରଖପୁର : ତିନ୍‌ ତଲାକ୍‌ ବିଲ୍‌ ପାସ୍‌ ହେବାର ୪ଦିନ ପରେ କୁଶୀନଗର ପୁଲିସ ସାଉଦି ଆରବରେ ରହୁଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି । ବିଲ୍‌ ପାସ୍‌ ହେବାର ପରଦିନ ସାଉଦି ଆରବରେ ରହୁଥିବା ଅବ୍‌ଦୁଲ ରହିମ୍‌ ଫୋନ କରି ନିଜ ପତ୍ନୀକୁ ତିନ୍‌ ତଲାକ୍‌ ଦେଇଥିଲେ । ଯାହା ପରେ ପୀଡ଼ିତାଙ୍କ ବାପା ଏ ନେଇ ପୁଲିସରେ ଲିଖିତ ଅଭିଯୋଗ କରିଥିବା ଜଣା ପଡ଼ିଛି ।

Mashable India

ସୂଚନା ମୁତାବକ, ୨୦୧୪ରେ ଅବ୍‌ଦୁଲଙ୍କ ବିବାହ ଫାତିମା ଖାତୁନଙ୍କ ସହ ହୋଇଥିଲା । ବିବାହର ୪ମାସ ପରେ ଅବ୍‌ଦୁଲ କାମ କରିବା ପାଇଁ ସାଉଦି ଆରବ ଚାଲି ଯାଇଥିଲେ । ସେଠାରୁ ସେ ଛୁଟି କଟାଇବା ପାଇଁ ଘରକୁ ଆସୁଥିଲେ ମଧ୍ୟ ଫାତିମାଙ୍କ ସହ ତାଙ୍କର ବ୍ୟବହାର ଖରାପ ହେବାରେ ଲାଗିଥିଲା । ଅବ୍‌ଦୁଲଙ୍କ ପରିବାର ଲୋକେ ମଧ୍ୟ ଫାତିମାଙ୍କୁ ପ୍ରତାରିତ କରିବା ଆରମ୍ଭ କରିଥିଲେ । ଗତ ବୁଧବାର ଅବ୍‌ଦୁଲ ଫାତିମାଙ୍କୁ ଫୋନ କରି ତିନ୍‌ ତଲାକ୍‌ କହିବା ସହ ଫୋନ କାଟି ଦେଇଥିଲେ । ଫାତିମାଙ୍କ ବାପା ଏ କଥା ଶୁଣି ଝିଅ ଘରେ ପହଞ୍ଚିବା ପରେ ଅବ୍‌ଦୁଲଙ୍କ ପରିବାର ଲୋକେ ପଞ୍ଚାୟତ ଡ଼କାଇ ଏକ କାଗଜରେ ଫାତିମାଙ୍କ ହସ୍ତାକ୍ଷର ନେଇଥିଲେ । ପରେ ଦେଢ଼ ଲକ୍ଷ ଟଙ୍କା ଦେଇ ବିବାହ ଶେଷ ହୋଇଗଲା ଏବେ ତୁମେ ଚାଲିଯାଅ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର