ମିଛ ମାମଲାରେ ସ୍ବାମୀକୁ ଜେଲରେ ପୂରାଇବା ପରେ ସ୍ତ୍ରୀ ସହ ଦୁଷ୍କର୍ମ କଲେ ୪ଦୁର୍ବୃତ୍ତ

ବରେଲି: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳା ନିଜ ଘରେ ଏକା ଥିବା ବେଳେ ୪ଜଣ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡ଼ିତାଙ୍କ ସ୍ବାମୀ ଏବେ ଜେଲରେ ବନ୍ଦୀ ଥିବାରୁ ଏହାର ଫାଇଦା ଉଠାଇ ତାଙ୍କର ୪ଜଣ ସାଙ୍ଗ ଏଭଳି ଅପରାଧ କରିଛନ୍ତି। ଘଟଣାଟି ବରେଲି ଜିଲ୍ଲାର ସିରୌଲିରେ ଘଟିଥିବା ବେଳେ ଦୁଷ୍କର୍ମ ବିଷୟରେ କାହାକୁ ଜଣାଇଲେ ପରିଣତି ଭୟାବହ ହେବ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଇଛନ୍ତି। ହେଲେ ପୀଡ଼ିତା ଦୁର୍ବୃତ୍ତଙ୍କ ଧମକକୁ ନଡ଼ରି ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି। ମହିଳାଙ୍କ ଅଭିଯୋଗ ରଖି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଶୁକ୍ରବାର ରାତିରେ ସେ ଘରେ ଏକା ଥିବା ସମୟରେ ସ୍ବାମୀଙ୍କ ସାଙ୍ଗ ଉଭେଶ, ନଜୁକ ବେଗ୍, ରିୟାସତ୍ ବେଗ୍ ଏବଂ ଅଫଜାଲ ଘର ଭିତରକୁ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। ଅପରାଧ କରିବା ପରେ ୪ଜଣ ପୀଡ଼ିତାଙ୍କ ଗଳା କାଟି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ହେଲେ ନିଜ ଜୀବନ ବଞ୍ଚାଇବାକୁ ଯାଇ ପୀଡ଼ିତା ଘରୁ ବାହାରକୁ ଚାଲି ଆସି ପାଟି କରି ସାହାଯ୍ୟ ମାଗିଥିଲେ। ଏ ମଧ୍ୟରେ ଧରା ପଡ଼ିଯିବା ଭୟରେ ୪ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ରବିବାର ଏ ନେଇ ପୁଲିସ୍‌ରେ ଏତଲା ଲେଖାଯିବା ପରେ ପୁଲିସ ୪ଜଣଙ୍କୁ ଖୋଜିବା ଆରମ୍ଭ କରିଛି।

Related image
madhyamam.com

ପୀଡ଼ିତା ଆହୁରି ଅଭିଯୋଗ କରିଛନ୍ତି କି, ଦୁଷ୍କର୍ମ ଅଭିଯୁକ୍ତ ଅଫଜଲ ମିଛ ମାମଲା‌ରେ ତାଙ୍କ ସ୍ବାମୀଙ୍କୁ ଫସାଇ ଜେଲ ପଠାଇଛି। ତେବେ, ପୀଡ଼ିତାଙ୍କ ସ୍ବାମୀ ଗିରଫ ହେବା ପରେ ଏବେ ତାଙ୍କୁ ମୁରାଦାବାଦର ଜିଲ୍ଲା ଜେଲରେ ରଖାଯାଇଛି।

ସମ୍ବନ୍ଧିତ ଖବର