୬ ମାସ ପର୍ଯ୍ୟନ୍ତ ସ୍କୁଲର ମହିଳା ଶୌଚାଳୟରେ ସିସିଟିଭି ଲଗାଇ ଭିଡ଼ିଓକୁ ବିକ୍ରି କରୁଥିଲେ ପ୍ରଧାନଶିକ୍ଷକଙ୍କ ଭାଇ!

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ସ୍କୁଲର ମହିଳା ଶୌଚାଳୟରେ ସିସିଟିଭି ଲଗାଇ ଭିଡ଼ିଓ ଅପ୍‌ଲୋଡ଼ କରାଯାଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିବା ପରେ ସେମାନେ ପୁଲିସରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ ।

Freedman & Gopalan Solicitors

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ସିବିଏସ୍‌ଇ ବୋର୍ଡ଼ର ଏହି ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ସୁବିଧା ରହିଛି । ସ୍କୁଲର ମହିଳା ଶୌଚାଳୟରେ ସିସିଟିଭି ଲାଗିବାର ଅଭିଯୋଗ ନେଇ ଛାତ୍ରୀମାନଙ୍କର ପରିବାର ଲୋକେ ଆସିବା ପରେ ଅଭିଯୋଗ ଗ୍ରହଣ କରି ଆମେ ତଦନ୍ତ ଆରମ୍ଭ କରିଥିଲୁ । ତଦନ୍ତ ପରେ ଏଭଳି ଅପରାଧ ସ୍କୁଲର ପ୍ରଧାନଶିକ୍ଷକଙ୍କ ଭାଇ କରିଥିବା ଜଣା ପଡ଼ିଥିଲା ଏବଂ ଏହି କାମରେ ତାଙ୍କୁ ସାହାଯ୍ୟ କରିଥିଲେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଦୁଇ ଶିକ୍ଷକ । ତଦନ୍ତ ପରେ ଏବେ ୪ ଜଣଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର