ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ନିର୍ମମ ଭାବେ ହତ୍ୟା କଲା ଅଭିଯୁକ୍ତ

ମୁଜାଫରନଗର : ଦୁଷ୍କର୍ମ ଭଳି ଅପରାଧକୁ ରୋକିବା ହେଲା କାଳ । ଅଭିଯୁକ୍ତକୁ ବିରୋଧ କରି ନିଜ ଇଜ୍ଜତ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହୋଇଥିଲେ ପୀଡ଼ିତା । ଶେଷରେ ତାଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଥିଲା । ବିରୋଧ ପ୍ରଦର୍ଶନକୁ ଦେଖି ଅଭିଯୁକ୍ତ ପୀଡ଼ିତାଙ୍କ ତଣ୍ଟି କାଟି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅଭିଯୁକ୍ତର ନାଁ ଅନୁଜ ବୋଲି ଜଣାପଡ଼ିଛି ।

Image result for kill
Star2.com

ସୂଚନା ମୁତାବକ, ପୀଡ଼ିତା ନିଜ ବାପାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ଆଖୁ ଚାଷ କରାଯାଇଥିବା ଜମିକୁ ଯାଉଥିଲେ । ଏହି ସମୟରେ ଅଭିଯୁକ୍ତ ତାଙ୍କୁ ରୋକିବା ସହ ଅଶାଳୀନ ଭାବେ ସ୍ପର୍ଶ କରିବା ଆରମ୍ଭ କରିଥିଲେ । ପୀଡ଼ିତା ବିରୋଧ କରିବାରୁ ଅଭିଯୁକ୍ତ ଅନୁଜ ତାଙ୍କୁ ଟେକି ନେବା ସହ ଦୁଷ୍କର୍ମ କରିବାର ପ୍ରୟାସ କରିଥିଲେ । ପୀଡ଼ିତା ତାଙ୍କର ସମସ୍ତ ପ୍ରୟାସକୁ ବିଫଳ କରିବା ସହ ଖସି ପଳାଇ ଆସିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କର ଚେଷ୍ଟା ସଫଳ ହୋଇ ନ ଥିଲା । ଦୁଷ୍କର୍ମ ନ କରି ପାରିବାର ରାଗରେ ଅଭିଯୁକ୍ତ ପୀଡ଼ିତାଙ୍କ ତଣ୍ଟି କାଟି ତାଙ୍କର ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର