ବେଆଇନ୍‌ କଂସେଇଖାନା ନେଇ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ; ଇନ୍‌ସ୍ପେକ୍ଟର ନିହତ

ବୁଲନ୍ଦସର୍‌: ଉତ୍ତରପ୍ରଦେଶର ବୁଲନ୍ଦସରରେ ବେଆଇନ୍‌ କଂସେଇଖାନାରେ ଚାଲିଥିବା ପଶୁକଟା ମାମଲାକୁ ନେଇ ପୁଲିସ୍‌ ଓ ଲୋକଙ୍କ ଭିତରେ ଉପୁଜିଥିବା ମୁହାଁମୁହିଁ ପରିସ୍ଥିତି ଏବେ ଉଗ୍ର ରୂପ ନେଇଛି। ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ଭିତରେ  ଗଣ୍ଡଗୋଳରେ ଜଣେ ପୁଲିସ୍‌ ଇନ୍‌ସ୍ପେକ୍ଟର ନିହତ ହୋଇଥିବା ବେଳେ ଦୁଇ ଜଣ ବିକ୍ଷୋଭକାରୀ ଗୁରୁତର ଆହତ ହୋଇଛନ୍ତି।

ଏହି ମାମଲାର ପ୍ରାଥମିକ ତଦନ୍ତ ହେବା ପରେ ଜାଣିବାକୁ ମିଳିଛି ଯେ ବୁଲନ୍ଦସରର ସାୟନାଠାରେ ବେଆଇନ୍‌ ଭାବେ ପଶୁ କଟା ହେଉଥିବା ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପ୍ରଥମେ ସେମାନଙ୍କୁ ରାସ୍ତାରୁ ହଟିଯିବା ପାଇଁ ପୁଲିସ୍‌ କହିଥିଲା। ବିକ୍ଷୋଭକାରୀ ଲୋକମାନଙ୍କୁ ଆୟତ୍ତ କରିବା ପାଇଁ ପୁଲିସ୍‌ ବହୁ ପ୍ରକାର ଚେଷ୍ଟା କରିବା ପରେ ଶେଷରେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ପୁଲିସ୍‌ ଗୁଳି ଚଳାଇବା ପରେ ପୁଲିସ୍‌ ଗୁଳିରେ ଦୁଇ ଜଣ ଲୋକ ଗୁରୁତର ଭାବେ ଆହତ ହୋଇପଡ଼ିଲେ।

ଫଳରେ ହିଂସା ଆହୁରି ଉଗ୍ର ରୂପ ନେଇଥିଲା। ବିକ୍ଷୋଭକାରୀଙ୍କ ପକ୍ଷରୁ  ମଧ୍ୟ ପୁଲିସ୍‌ ଉପରେ ଗୁଳି ବର୍ଷା ହୋଇଥିଲା। ଏହି ଘଟଣାରେ ଜଣେ ପୁଲିସ୍‌ ଇନ୍‌ସ୍ପେକ୍ଟର ନିହତ ହୋଇଥିବା ସୂଚନା ରହିଛି। ପରିସ୍ଥିତି ଏବେ ବି ଅଣାୟତ୍ତ। ଏପରି ସଂକଟାପନ୍ନ ପରିସ୍ଥିତିକୁ ସୁଧାରିବା ପାଇଁ ସମୟେ ସମୟେ ଅଧିକ ପୁଲିସ୍‌ ଫୋର୍ସ ପଠାଯାଉଛି।

ସମ୍ବନ୍ଧିତ ଖବର