ଫେସ୍‌ବୁକ୍‌ରେ ବନ୍ଧୁତା ହେବା ପରେ ହୋଟେଲ ରୁମ୍‌କୁ ଡ଼ାକି ଦୁଷ୍କର୍ମ କଲେ ପୀଡ଼ିତାଙ୍କ ବନ୍ଧୁ ଓ ତାଙ୍କ ଭାଇ, ପ୍ରସ୍ତୁତ କଲେ ଅଶ୍ଲୀଳ ଭିଡିଓ

ମୁଜାଫରନଗର : ଉତ୍ତରପ୍ରଦେଶର ଶମ୍‌ଲିରେ ଜଣେ ମହିଳା ଦୁଇ ଭାଇଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ପରେ ବ୍ଲାକ୍‌ମେଲ କରିବା ପାଇଁ ଦୁଇ ଭାଇ ପୀଡ଼ିତାଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଅଭିଯୋଗ ପାଇଁ ପରେ ପୁଲିସ ଅଭିଯୁକ୍ତ ଏବଂ ତାଙ୍କର ୧୦ଜଣ ସଂପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

India Today

ସୂଚନା ମୁତାବକ, ୨୩ ବର୍ଷୀୟ ପୀଡ଼ିତା ଫେସ୍‌ବୁକ୍‌ ମାଧ୍ୟମରେ ସୋନୁ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ସୋନୁ ପୀଡ଼ିତାଙ୍କୁ ଦେଖା କରିବାକୁ ଡ଼ାକି ଜୋର ଜବରଦସ୍ତ ଏକ ହୋଟେଲକୁ ନେଇ ଯାଇଥିଲେ । ଯାହା ପରେ ସେ ଏବଂ ତାଙ୍କ ଭାଇ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ସହ ସୋନୁ ପୀଡ଼ିତାଙ୍କ ଦୁଷ୍କର୍ମ ସମୟର ଭିଡିଓ ତିଆରି କରି ବ୍ଲାକ୍‌ମେଲ କରିଥିଲେ । ଦୁଷ୍କର୍ମ ପରେ ସୋନୁ ପୀଡ଼ିତାଙ୍କୁ ବିବାହ କରିବା ପାଇଁ ଚାପ ପକାଇବା ସହ ବିବାହ ନ କଲେ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ । କିନ୍ତୁ ପୀଡ଼ିତା ନ ଡ଼ରି ସେଠାରୁ ଆସିବା ପରେ ସିଧା ପୁଲିସ ଷ୍ଟେସନ ଯାଇ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର