ବାରଣାସୀରେ ଝାଡ଼ାବାନ୍ତିର ଚିକିତ୍ସା ପାଇଁ ବିଦେଶୀଙ୍କୁ ଦିଆଗଲା ୬୦ ହଜାର ଟଙ୍କାର ବିଲ୍‌

ବାରଣାସୀ : ଉତ୍ତରପ୍ରଦେଶର ବାରଣାସୀ ସହରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । କାନାଡ଼ା ନିବାସୀ ମ୍ୟାଡିସନ୍‌ ପିଚୁଙ୍କୁ ଝାଡ଼ାବାନ୍ତିର ଚିକିତ୍ସା ପାଇଁ ଏକ ଜଣାଶୁଣା ଡ଼ାକ୍ତରଖାନା ୬୦ ହଜାର ଟଙ୍କାର ବିଲ୍‌ ଦେଇଛି । ବିଲ୍‌ର ହିସାବ ଡ଼ାକ୍ତରଖାନାରେ ମାଗିବାରୁ ପିଚୁଙ୍କୁ ମାରପିଟ କରିବା ସହ ଡ଼ାକ୍ତରଖାନାରେ ବନ୍ଧକ ରଖାଯାଇଥିଲା । ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଚୁ ଏବଂ ତାଙ୍କ ସାଙ୍ଗ ଏଣ୍ଡ୍ୟୁସନ୍‌ଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିଛି ।

ଘଟଣା ମୁତାବକ , କାନାଡ଼ା ବାସିନ୍ଦା ମ୍ୟାଡିସନ୍‌ ପିଚୁ ତାଙ୍କ ସାଙ୍ଗ ଏଣ୍ଡ୍ୟୁସନ୍‌ଙ୍କ ସହିତ ଭାରତ ବୁଲିବା ପାଇଁ ଆସିଥିଲେ । ମଙ୍ଗଳବାର ଦିନ ବାରଣାସୀ ପହଞ୍ଚିବା ପରେ ହଠାତ୍‌ ପିଚୁଙ୍କର ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଏହାପରେ ସେ ଇଣ୍ଟରନେଟରେ ଖୋଜି ବାରଣାସୀର ଜଣାଶୁଣା ଡ଼ାକ୍ତରଖାନାକୁ ଯାଇଥିଲେ । ସେଠାରେ ପିଚୁଙ୍କୁ କେବଳ ଡ଼ାକ୍ତରଖାନରେ ଭର୍ତ୍ତି ହେବା ପାଇଁ ୧୦ ହଜାର ଟଙ୍କା ଦେବାକୁ ପଡ଼ିଥିଲା । ଏହାପରେ କିଛି ସମୟ ଚିକିତ୍ସା ପରେ ଯେତେବେଳେ ପିଚୁ ସେଠାରୁ ବାହାରିଲେ ତାଙ୍କୁ ଆଉ ୫୦ ହଜାର ଟଙ୍କାର ବିଲ୍‌ ଧରାଯାଇଥିଲା । ଏହି ବିଲ୍‌ର ସଂପୂର୍ଣ୍ଣ ବିବରଣୀ ବିଷୟରେ ଡ଼ାକ୍ତରଖାନାର କର୍ମଚାରୀଙ୍କୁ ପଚାରିବାରୁ ପିଚୁ ଏବଂ ତାଙ୍କ ସାଙ୍ଗଙ୍କୁ ମାରଧର କରାଯିବା ସହ ବନ୍ଧକ ଭାବେ ରଖାଯାଇଥିଲା । ପରେ ସ୍ଥାନୀୟ ପୁଲିସକୁ ଘଟଣା ବିଷୟରେ ସୂଚନା ମିଳିବାରୁ ଡ଼ାକ୍ତରଖାନାଙ୍କୁ ଦୁହିଁଙ୍କୁ ଉଦ୍ଧାର କରିବା ସହ ଘଟଣାଟିର ତଦନ୍ତ କରିଛି ।

ONE INDIA

ବାରଣାସୀ ଏସପିି ଦିନେଶ ସିଂଙ୍କ ସୂଚନା ଅନୁଯାୟୀ , ପିଚୁଙ୍କ ସୂଚନା ଅନୁଯାୟୀ ଡ଼ାକ୍ତରଖାନାର ମୁଖ୍ୟ ସତୀଶ କୌଶକଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି । ଡ଼ାକ୍ତରଖାନାକୁ ଚିକିତ୍ସାର ସଂପୂର୍ଣ୍ଣ ବିବରଣୀ ମାଗାଯିବା ସହ ଏଥିରେ ଖର୍ଚ୍ଚ ହୋଇଥିବା ଟଙ୍କା ବିଷୟରେ ପଚରାଯାଇଛି । ଘଟଣାଟି ବିଦେଶୀଙ୍କ ସହିତ ଯୋଡ଼ି ହୋଇଥିବାରୁ ଲକ୍ଷ୍ନୌରୁ ଆରମ୍ଭ କରି ନୂଆଦିଲ୍ଲୀ ତଥା କାନାଡ଼ା ଦୂତାବାସଙ୍କୁ ମଧ୍ୟ ଘଟଣା ବିଷୟରେ ସୂଚନା ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର