ଯୁବକଙ୍କୁ ମାରି ତା’ ମାଂସ ଖାଇବା ସହ ରକ୍ତରେ ଚିତ୍ର ଆଙ୍କିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାରେ ଥିବା ଏକ ଦେଶ ଭେଞ୍ଜୁଏଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ ତା’ ମାଂସ କାଟି ଖାଇବା ସହ ମୃତ ଯୁବକଙ୍କ ରକ୍ତରେ ଚିତ୍ର ଆଙ୍କିଥିବା ସୂଚନା ମିଳିଛି । ଏହି ଘଟଣା ବିଷୟରେ ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଅଭିଯୁକ୍ତ ଜଣଙ୍କ ନିଜ ଦୋଷକୁ ସ୍ୱୀକାର କରିବା ସହ ହତ୍ୟା କରି ସେ ଖୁସିଥିବା କହିଛି। ଅଭିଯୁକ୍ତ ଜଣଙ୍କ ନାମ ଲୁଇସ୍‌ ଆଲ୍‌ଫ୍ରେଡ଼ୋ ବୋଲି ଜଣା ପଡ଼ିଥିବା ବେଳେ ମୃତକ ଜଣଙ୍କ ନିଜର ହତ୍ୟା କରାଇବା ପାଇଁ ଲୁଇସ୍‌ଙ୍କୁ ଟଙ୍କା ଦେଇଥିଲେ ବୋଲି ଲୁଇସ ପୁଲିସ ଆଗରେ ସ୍ୱୀକାର କରିଛି। ତେବେ, କେହି କ’ଣ କେବେ ନିଜର ହତ୍ୟା ପାଇଁ ଟଙ୍କା ଦେଇପାରେ ବୋଲି ଶୁଣିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

 

Capturado (a) El Artista Antropófago. Un hombre identificado como: Luis Alfredo González Hernández fue capturado por pesquisas adscritos a la Sub-Delegación San José de Barlovento por el delito de homicidio. Luego de una serie de investigaciones realizadas por los pesquisas debido a las denuncias de personas desaparecidas interpuestas ante este despacho, los mismos realizaron el hallazgo en una finca de restos óseos humanos que se presumen sean del propietario, quien fue asesinado por el sujeto antes mencionado. Quien luego de su aprehensión y mediante interrogatorio admitió su culpabilidad en el hecho, manifestando haberlo descuartizarlo y comido gran parte de la humanidad del mismo. Ya que el hoy occiso lo había contratado para servicio funerario, el cual consistía en darle muerte, comer parte del mismo y con su sangre y cenizas hacer pinturas en lienzo. En el lugar del hecho se ubicaron documentos de personas ajenas al lugar las cuales se están verificando a ver si han sido reportadas como desaparecidas y obras de arte a las que se les realizarán la antropología forense correspondientes #CICPC

A post shared by Douglas Rico (@douglasricovzla) on

ଅଭିଯୁକ୍ତ ଦେଇଥିବା ବୟାନ ଅନୁଯାୟୀ, ମୃତ ଯୁବକ ଜଣଙ୍କ ତା’ଙ୍କ ପାଖକୁ ଆସି ତା’ଙ୍କର ହତ୍ୟା କରିଦିଅ ବୋଲି କହିଥିଲେ । ଏଥି ପାଇଁ ମୃତକ ଜଣଙ୍କ ଅଭିଯୁକ୍ତଙ୍କୁ କିଛି ଟଙ୍କା ମଧ୍ୟ ଦେଇଥିଲେ । ତା’ଙ୍କ କଥା ମାନି ଅଭିଯୁକ୍ତ ଜଣଙ୍କ ତା’ଙ୍କୁ ହତ୍ୟା କରି ଶରୀରର ବିଭିନ୍ନ ଅଂଶକୁ ଖାଇ ଦେଇଥିଲେ । ଏହା ପରେ ତାଙ୍କ ରକ୍ତରେ ସେ କିଛି ଚିତ୍ର ମଧ୍ୟ ଆଙ୍କିଥିଲେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯୁବକଙ୍କ ଏଭଳି କାମ ବିଷୟରେ ଜାଣିବା ପରେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର