ହୋଟେଲ ବନ୍ଦ କରିବାର ଧମକ ଦେଇ ପ୍ରତିଦିନ ଟଙ୍କା ହଡ଼ପ କରୁଥିଲେ ପୁଲିସକର୍ମୀ,ପର୍ଦ୍ଦାଫାସ କରିବା ପାଇଁ ହୋଟେଲ ମ୍ୟାନେଜର୍‌  ଆପଣାଇଲେ ଏହି ବାଟ

ନାସିକ : ଅନେକ ସ୍ଥାନରେ ପୁଲିସକର୍ମୀମାନଙ୍କ ନିଜ ପୋଷାକର ଫାଇଦା ଉଠାଉଥିବାର ଦେଖାଯାଇଥାଏ । ପୁଲିସର ପୋଷାକ ପିନ୍ଧି ଲୋକମାନଙ୍କୁ ସୁରକ୍ଷା ଦେବା ବାହାନାରେ ସେମାନେ ସାଧାରଣ ଲୋକଙ୍କୁ ଲୁଟିଥାନ୍ତି । ଆପଣମାନେ ମଧ୍ୟ ଏଭଳି ଘଟଣାର ସାମ୍ନା କରିଥିବେ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରରେ । ମହାରାଷ୍ଟ୍ରର ନାସିକରେ ଜଣେ ପୁଲିସକର୍ମୀ ନିଜ ପୋଷାକର ଫାଇଦା ଉଠାଇ ହୋଟେଲ ସଞ୍ଚଳକଙ୍କଠାରୁ ଟଙ୍କା ହଡ଼ପ କରୁଥିଲେ । ପ୍ରତିଦିନ ପୁଲିସକର୍ମୀ କରୁଥିବା ଏଭଳି କାମରେ ବିରକ୍ତ ହୋଇ ହୋଟେଲର ସଞ୍ଚାଳକ ପୁଲିସକର୍ମୀଙ୍କ କାରନାମା ପର୍ଦ୍ଦାଫାସ କରିବା ପାଇଁ ମନସ୍ଥ କରିଥିଲେ ।

bhaskar.com

ସୂଚନା ମୁତାବକ, ଅଭିଯୁକ୍ତ ପୁଲିସକର୍ମୀଙ୍କ ନାମ ବିଲାଶ କାଶୀନାଥ ପାଟିଲ ବୋଲି ଜଣାପଡ଼ିଛି । ବାରମ୍ବାର ଟଙ୍କା ମାଗୁଥିବାରୁ ହୋଟେଲର ମ୍ୟାନେଜର ପୁଲିସକର୍ମୀଙ୍କ ଏହି କାମକୁ ରେକର୍ଡ଼ କରିବାକୁ ମନସ୍ଥ କରିଥିଲେ । ଟଙ୍କା ମାଗିବା ସମୟରେ ସେ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଭାଇରାଲ କରି ଦେଇଥିଲେ । ଏହି ଖବର ପ୍ରସାର ହେବା ପରେ ଅଭିଯୁକ୍ତ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯିବା ସହ ତଦନ୍ତ କାର୍ଯ୍ୟକୁ ଆଗକୁ ବଢ଼ା ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର