ଚିକିତ୍ସା ଆଳରେ ମହିଳା ରୋଗୀଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ଡାକ୍ତର, ଭାଇରାଲ ହେଲା ୨୫ଟି ଭିଡିିଓ, ଡାକ୍ତର ଫେରାର୍‌

ବଡ଼ୋଦରା : ଗୁଜୁରାଟର ବଡ଼ୋଦରାର ଅନଗଡ଼ ଗାଁରେ କ୍ଳିନିକ୍‌ ଚଲାଉଥିବା ଜଣେ ଡ଼ାକ୍ତରଙ୍କ କଳା କାରନାମା ଏବେ ସାମ୍ନାକୁ ଆସିଛି । ଚିକିତ୍ସା ଆଳରେ ଗାଁର ମହିଳାମାନଙ୍କ ସହ ଶାରୀରିକ ସଂପର୍କ ରଖୁଥିବାର ୨୫ଟି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭିଡ଼ିଓ ଭାଇରାଲ ହେବା ପରେ ଗିରଫ ହେବା ଡ଼ରରେ ଡ଼ାକ୍ତର ଜଣଙ୍କ ଫେରାର ଥିବା ଜଣାପଡ଼ିଛି । କେହି ଜଣେ ଡ଼ାକ୍ତରଙ୍କ ଅନୈତିକ କାର୍ଯ୍ୟ ବିଷୟରେ ଜାଣି ଷ୍ଟିଙ୍ଗ ଅପରେସନ କରିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି ।

Baroda Rocks

ସୂଚନା ମୁତାବକ, ଗାଁରେ ଥିବା ଗରିବ ମହିଳାମାନଙ୍କର ଚିକିତ୍ସା ପାଇଁ ଡ଼ାକ୍ତର ପ୍ରତୀକ୍‌ ଯୋଶୀ ଅନଗଡ଼ ଗ୍ରାମରେ ଏକ କ୍ଲିନିକ୍‌ ଖୋଲିଥିଲେ । କିନ୍ତୁ କାହାକୁ ଜଣା ନ ଥିଲା ଚିକିତ୍ସା କରିବା ଆଳରେ ଡ଼ାକ୍ତର ଯୋଶୀ ନିଜ ଯୌନ ଲାଳସାକୁ ପୂର୍ଣ୍ଣ କରୁଥିଲେ । ମହିଳାମାନେ ମଧ୍ୟ ଏ ନେଇ ଅଭିଯୋଗ କରି ନ ଥିଲେ। ଏ ପର୍ଯ୍ୟନ୍ତ ୬ ଜଣ ମହିଳାଙ୍କ ସହ ଡ଼ାକ୍ତର ଯୋଶୀ ଶାରୀରିକ ସଂପର୍କ ରଖିଥିବା ସାମ୍ନାକୁ ଆସିଛି । ଅନ୍ୟ ପକ୍ଷରେ ଭିଡ଼ିଓରେ ଦେଖା ଯାଇଥିବା ମହିଳା ଏନେଇ ପୁଲିସରେ ଅଭିଯୋଗ କରି ନଥିବାରୁ ପୁଲିସ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନେଇ ନ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର