କମ୍ପାଉଣ୍ଡର ଦେଉଥିଲା ବେହୋସୀ ଔଷଧ, ମହିଳା ରୋଗୀଙ୍କୁ ଡାକ୍ତର କରୁଥିଲା ଦୁଷ୍କର୍ମ: କମ୍ପାଉଣ୍ଡର ମୋବାଇଲରୁ ମିଳିଲା ୧୩୫ଟି ଅଶ୍ଳୀଳ ଭିଡିଓ
ବଡ଼ୋଦରା : ଗୁଜୁରାଟର ବଡ଼ୋଦରାରୁ ଜଣେ ଡାକ୍ତରଙ୍କୁ ଗିରଫ କରିଛି ପୁଲିସ। ସେ କମ୍ପାଉଣ୍ଡରଙ୍କ ସହ ମିଶି ଚିିକିତ୍ସା ପାଇଁ ଆସୁଥିବା ମହିଳାମାନଙ୍କୁ ଦୁଷ୍କର୍ମ କରୁଥିଲେ । ଔଷଧ ଦେବା ବାହାନାରେ କମ୍ପାଉଣ୍ଡର ରୋଗୀଙ୍କୁ ବେହୋସ ଔଷଧ ଦେଉଥିଲା । ଏହା ପରେ ଯେତେବେଳେ ମହିଲା ରୋଗୀ ବେହୋସ ହେଇଯାଉଥିଲେ ତା’ପରେ ଡାକ୍ତର ତାଙ୍କ ସହ ଦୁଷ୍କର୍ମ କରୁଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏତିକିରେ ଡାକ୍ତରଙ୍କ ମନ ଶାନ୍ତି ହେଉନଥିଲା, ଦୁଷ୍କର୍ମ କରୁଥିବା ସମୟରେ ସେ କମ୍ପାଉଣ୍ଡରଙ୍କୁ କହି ମୋବାଇଲରେ ସେହି ସମୟର ଭିଡିଓ କରୁଥିଲା । କାରଣ ପରେ ଯେତେବେଳେ ମହିଲା ଜଣଙ୍କ ଆଉ ଥରେ ନିଜର ଚିକିତ୍ସା ପାଇଁ ଆସିବେ ଡାକ୍ତର ତାଙ୍କୁ ତାଙ୍କର ଆଶ୍ଳୀଳ ଭିଡିଓ ଦେଖାଇ ବ୍ଳାକମେଲିଂ କରିବା ସହ ଆଉ ଥରେ ଦୁଷ୍କର୍ମ କରିବ ।
କିପରି ସାମ୍ନାକୁ ଆସିଲା ଡାକ୍ତରଙ୍କ କଲା କାରନାମା:
ଅଭିଯୁକ୍ତ ଡାକ୍ତରଙ୍କ ଏହି ଖେଳରେ ସାମିଲ ଥିବା କମ୍ପାଉଣ୍ଡର ତା’ର ସାଙ୍ଗକୁ ଡାକ୍ତର ଯୋଶୀଙ୍କ ଏକ ଦୁଷ୍କର୍ମ ଭିଡିଓ ପଠାଇଥିଲା । ପରେ ଏହି ଭିଡିଓ ଭାଇରାଲ ହୋଇଯିବା ସହ ଗାଁର କିଛି ଯୁବକଙ୍କ ପାଖରେ ପହଞ୍ଚିଯାଇଥିଲା । ଏହା ପରେ ଭିଡିଓରେ ଥିବା ଯୁବତୀଙ୍କ ପରିଚୟ ମିଳିଥିଲା ଓ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ କହିବା ଅନୁଯାୟୀ ଅଭିଯୁକ୍ତ ଡାକ୍ତର ପ୍ରତୀକ୍ ଯୋଶୀ ବଡ଼ୋଦରାର ଅନଗଡ ଗାଁ ରେ ନିଜର କ୍ଳିନିକ ଚଲାଉଥିଲା । ଘଟଣା ସାମ୍ନାକୁ ଆସିବା ପରେ ଦୁଷ୍ମର୍ମକାରୀ ଡାକ୍ତର ୧୦ ଦିନ ହେବ ଫେରାର ଥିଲା । ପୁଲିସ ଶନିବାର ଦିନ ଡାକ୍ତରକୁ ଗୁଜୁରାଟର ପଞ୍ଚମହଲ ଜିଲ୍ଲାରୁ ଗିରଫ କରିଛି ।
କମ୍ପାଉଣ୍ଡର ମୋବାଇଲରେ ଦୁଷ୍କର୍ମର ୪୬ଟି ଭିଡିଓ :
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ କମ୍ପାଉଣ୍ଡରକୁ ଗିରଫ କରି ପଚରାଉଚରା କରିଥିଲା । ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ଡାକ୍ତର ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ୪୬ଟି ଭିଡିଓ କମ୍ପାଉଣ୍ଡରର ମୋବାଇଲରୁ ମିଳିଥିଲା । ଏତିକି ନୁହେଁ, କମ୍ପାଉଣ୍ଡର ମୋଟ ୧୩୫ ଟି ଭିଡିଓ ବନାଇଥିବା ସ୍ୱୀକାର କରିଛି । ପୁଲିସ ଅଧିକ ତଥ୍ୟ ପାଇଁ ଘଟଣାର ତଦନ୍ତ କରୁଛି ।