ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଗଲେ ବିଜୟ କେତନ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ି ଗିରଫ ହୋଇଥିବା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନକୁ ଆଜି (ମଙ୍ଗଳବାର) ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଖାରଜ କରିଦେଇଛନ୍ତି। ଏହା ପରେ ଅଭିଯୁକ୍ତ ଆଇଏଏସ୍‌ ବିଜୟ କେତନଙ୍କୁ ଭିଜିଲାନ୍ସ ଆଜି ଠାରୁ ଆଗାମୀ ୫ ଦିନ ପାଇଁ ରିମାଣ୍ଡରେ ନେଇପଚରାଉଚରା କରିବେ। ସେ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ଭିଜିଲାନ୍ସର ରିମାଣ୍ଡରେ ରହି ଭିଜିଲାନ୍ସ ଅଧିକାରୀମାନଙ୍କର ଜେରାର ସମ୍ମୁଖୀନ ହେବେ। ତେବେ ରିମାଣ୍ଡରେ ଯିବା ପୂର୍ବରୁ ସେ କହିଛନ୍ତି, ‘ ଏହି ମାମଲା ବିଚାରାଧୀନ ଅଛି। ମୁଁ ନିର୍ଦ୍ଦୋଶ। ମୋର କିଛି ବି କିଛି କରିପାରିବ ନାହିଁ।’

ଉଲ୍ଲେଖଯୋଗ୍ୟ ଗତକାଲି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା ଅଭିଯୁକ୍ତ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ଆଗାମୀ ଜାନୁଆରି ୨ରୁ ୬ ତାରିଖ ପର୍ଯ୍ୟନ୍ତ ନିଜ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ ଅଧିକାରୀମାନେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତିଙ୍କ ନିକଟରେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ଖାରଜ କରି ବିଚାରପତି ଆଜିଠାରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅଭିଯୁକ୍ତ ବିଜୟ କେତନ ଓ ତାଙ୍କ ସହିତ ଗିରଫ ହୋଇଥିବା ୟେସ ବ୍ୟାଙ୍କର ମ୍ୟାଜେରଙ୍କୁ ମଧ୍ୟ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ଜାଣିବାକୁ ମିଳିଛି।

ବିଜୟ କେତନ ଆଜି କହିଥିଲେ, ମୋତେ ଫସାଯାଇଛି। ନିଲମ୍ବିତ ଆଇଏଏସ୍‌ ବିଜୟ କେତନ ଭିଜିଲାନ୍ସ କୋର୍ଟରେ ହାଜର ବେଳେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ମୁଁ ଟଙ୍କା ଲାଞ୍ଚ ନେଇ ନାହିଁ। ମୋର କିଛି ଷ୍ଟାଫ ଯୋଜନାବଦ୍ଧ ଭାବେ ଫସାଇଛନ୍ତି। ସେ କହିଥିଲେ, ମୋତେ ଫସାଇବାରେ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ମଧ୍ୟ ହାତ ରହିଛି। ଗତକାଲି ତାଙ୍କୁ ଗିରଫ କରାଯିବା ପରେ ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କି ଉଦ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଏହି ମାମଲାରେ ଘରୋଇ ୟେସ ବ୍ୟାଙ୍କର ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର