ହତ୍ୟା ମାମଲାରେ ‘ଧୋନି’ ଗିରଫ, ଲୁହା ରଡ଼ ଓ ବ୍ୟାଟ୍‌ରେ ପିଟି ଜଣକୁ କରିଥିଲେ ହତ୍ୟା

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ନାମରେ ପ୍ରସିଦ୍ଧ କ୍ରିକେଟର ବିଜୟ କୁମାରକୁ ପୁଲିସ ଗିରଫ କରିଛି। ୨୦୧୧ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କ୍ରିକେଟ ଖେଳି ଥିବା ବିଜୟ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରେରଣାରେ ନିଜର କେଶ ବିନ୍ୟାସ କରିଥିଲେ। ଏହି କାରଣରୁ କ୍ଲବ କ୍ରିକେଟ ଦୁନିଆରେ ସେ ଧୋନି ନାମରେ ଜଣାଶୁଣା ହୋଇପାରିଥିଲେ। ପରେ ଦିଲ୍ଲୀ ଟିମ୍‌ରେ ତାଙ୍କୁ ସାମିଲ କରା ନ ଯିବାରୁ ‘ଧୋନି’ ଗ୍ୟାଙ୍ଗଷ୍ଟାର ଗୌରବ ଝରେଡାଙ୍କ ଗ୍ୟାଙ୍ଗରେ ଯୋଗ ଦେଇଥିଲେ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୌରବଙ୍କ ଗ୍ୟାଙ୍ଗ ଦିଲ୍ଲୀ କ୍ୟାଣ୍ଟରେ ଅପରାଧରେ ଜଡ଼ିତ ଥିବା ଯୋଗୁଁ ଭଲଭାବରେ ଜଣାଶୁଣା। ପୁଲିସ କହିବା ଅନୁସାରେ ବିଜୟ ଓରଫ ଧୋନିକୁ ରବିବାର ଦ୍ୱାରକାରୁ ଗିରଫ କରାଯାଇଛି। ଧୋନିଙ୍କ ନାମରେ ୨୦୧୬ରେ ଏକ ହତ୍ୟା ଅଭିଯୋଗ ଥିଲା। ଏହି ଘଟଣାରେ ଧୋନିର ବଡ଼ ଭାଇ ବିଶାଲ ମଧ୍ୟ ସଂପୃକ୍ତ ଥିଲା। ପୁଲିସ ବିଶାଲକୁ ମଧ୍ୟ ଗିରଫ କରିଛି।

ଜୀବନରେ ଆର୍ଥିକ ସମସ୍ୟା ରହିଲେ ବ୍ୟକ୍ତିକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥାଏ। ଆଉ ମଣିଷ ଯେତେବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଫଳ ହୁଏ, ସେ ଅପରାଧ ଭଳି କାମ କରିବାକୁ ପଛଘୁଞ୍ଚା ଦେଇ ନଥାଏ। ଦିଲ୍ଲୀରେ କ୍ଲବ ସ୍ତରରେ କ୍ରିକେଟ ଖେଳୁଥିବା ବିଜୟ ଓରଫ ଧୋନି ହେଉଛି ଜ୍ୱଳନ୍ତ ଉଦାହରଣ। ଆର୍ଥିକ ସ୍ଥିତି ଖରାପ ଥିବାରୁ ସେ କ୍ରିକେଟ ଅଭ୍ୟାସ କରିବାକୁ ସମୟ ପାଇ ପାରୁ ନଥିଲା। ସେଥିପାଇଁ ବିଜୟର ପ୍ରଦର୍ଶନ ପରବର୍ତ୍ତୀ ସମୟରେ ନିରାଶଜନକ ଦେଖାଯାଇଥିଲା। ଆଉ ଏହି କାରଣରୁ ବିଜୟକୁ ଦିଲ୍ଲୀ ଟିମ୍‌ରେ ସାମିଲ କରାଯାଇ ନଥିଲା। ଶେଷରେ ଅନ୍ୟ ଉପାୟ ନପାଇ ବିଜୟ ନିଜ ଶରୀରକୁ ବୃଦ୍ଧିକରିବାରେ ବ୍ୟସ୍ତ ରହିଲା। ପରେ ନିଜର ବଡ଼ ଭାଇର ଗ୍ୟାଙ୍ଗରେ ସାମିଲରେ ହୋଇ ଅପରାଧ ଦୁନିଆରେ ପାଦ ରଖିଥିଲା।

ଦ୍ୱାରକା ଡିସିପି ଶିବେଶ ସିଂହ କହିଛନ୍ତି, ବିଜୟ ୨୦୧୧ ପର୍ଯ୍ୟନ୍ତ ନିୟମିତ ଭାବରେ କ୍ରିକେଟ ଖେଳୁଥିଲା। ତା’ର ପ୍ରଶଂସକମାନେ ବିଜୟକୁ ଧୋନି ନାମରେ ସମ୍ବୋଧନ କରୁଥିଲେ। କିନ୍ତୁ ବିଜୟର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେ କ୍ରିକେଟ ଅଭ୍ୟାସ କରିବାକୁ ସମୟ ପାଇ ପାରୁ ନଥିଲା। ସେଥିପାଇଁ ବିଜୟର ପ୍ରଦର୍ଶନ ପରବର୍ତ୍ତୀ ସମୟରେ ନିରାଶଜନକ ଦେଖାଯାଇଥିଲା। ଆଉ ଏହି କାରଣରୁ ବିଜୟକୁ ଦିଲ୍ଲୀ ଟିମ୍‌ରେ ସାମିଲ କରାଯାଇ ନଥିଲା। ଶେଷରେ ଅନ୍ୟ ଉପାୟ ନପାଇ ବିଜୟ ନିଜ ଶରୀରକୁ ବୃଦ୍ଧିକରିବାରେ ବ୍ୟସ୍ତ ରହିଲା। ପରେ ନିଜର ବଡ଼ ଭାଇର ଗ୍ୟାଙ୍ଗରେ ସାମିଲରେ ହୋଇ ଅପରାଧ ଦୁନିଆରେ ପାଦ ରଖିଥିଲା।

ପୁଲିସ କହିବା ଅନୁସାରେ ଉଭୟ ବିଜୟ ଓ ବିଶାଲ ନିଜର ଅନ୍ୟ ସାଙ୍ଗମାନଙ୍କ ସହିତ ମିଶି ୨୦୧୬ ଜୁଲାଇ ୧୭ରେ ଜଣେ ବ୍ୟକ୍ତିଙ୍କୁ ଲୁହା ରଡ଼ ଓ ବ୍ୟାଟରେ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା ପରେ ଦୁଇ ଭାଇ ଫେରାର ଥିଲେ। ସେମାନେ ନିୟମିତ ଭାବରେ ନିଜର ଠିକଣା ଓ ମୋବାଇଲ ଫୋନ୍‌ ବଦଳାଉ ଥିଲେ।

ସମ୍ବନ୍ଧିତ ଖବର