ଚଳନ୍ତା ଟ୍ରେନ୍‌ ଝରକାରେ ଝୁଲି ଷ୍ଟଣ୍ଟ ଦେଖାଇବା ଯୁବକଙ୍କୁ ମହଙ୍ଗା ପଡ଼ିଲା, ଘଟିଲା ଏମିତି ଘଟଣା: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଇବା ନିଶା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ସୋସିଆଲ ମିଡିଆରେ ନିକଟରେ ଏକ ଷ୍ଟଣ୍ଟର ଦୃଶ୍ୟ ଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓର ଯୁବକଙ୍କ ଷ୍ଟଣ୍ଟ ଦେଖିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ।

ସୋସିଆଲ ମିଡିଆରେ ବିପଦପୂର୍ଣ୍ଣ ପରିସ୍ଥିତି ଜଣେ ଯୁବକ ଷ୍ଟଣ୍ଟ ଦେଖାଉଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ଯୁବକ ଚଳନ୍ତା ଟ୍ରେନ୍‌ ଝରକାରେ ଝୁଲି ଷ୍ଟଣ୍ଟ ଦେଖାଉଥିଲା ବେଳେ ଟ୍ରେନ୍‌ ଗେଟ ପାଖରେ ଛିଡା ହୋଇଥିବା ଆଉ ଜଣେ ଯୁବକ ଏହାର ଭିଡିଓ ବନାଉଥିବା ଜଣାପଡ଼ିଛି। କମଳା ରଙ୍ଗର ପୋଷାକ ପିନ୍ଧିଥିବା ଯୁବକ ପିଠିରେ ଏକ ବ୍ୟାଗ ଝୁଲାଇ ଟ୍ରେନ୍‌ ଝରକାରେ ଥିବା ରଡରେ ଝୁଲି ଦୁଇଗୋଡକୁ ଉପରକୁ ଉଠାଇ ଷ୍ଟଣ୍ଟ ଦେଖାଉଥିଲେ। ଦେଢ଼ ମିନିଟ୍‌ର ଏହି ଭିଡିଓରେ ଯୁବକ ଏକ ମିନିଟ୍‌ ପର୍ଯ୍ୟନ୍ତ ଏହି ଷ୍ଟଣ୍ଟ ଦେଖାଇବା ପରେ ତାଙ୍କର ହାତ ହଠାତ୍‌ ରଡରୁ ଖସି ପଡ଼ିଥିଲା ଓ ସେ ତଳେ ପଡ଼ି ଯାଇଥିଲା। ଯୁବକ ଚଟାଣରେ ପଡ଼ିଯିବା ସତ୍ତ୍ୱେ ଭିଡିଓ ବନାଉଥିବା ଯୁବକ ଟ୍ରେନ୍‌ର ଚେନ୍‌ ଟାଣି ଅଟକାଇବା ବଦଳରେ ସେଭଳି ପୂର୍ବବତ୍‌ ଭିଡିଓ ବନାଇବା ଜାରି ରଖିଥିଲେ।

ଏହି ଭିଡିଓଟି ୧୨ଜୁଲାଇ ନନ୍ଦନ ବେଙ୍ଗାଲୁରୁ ଏକ୍ସପ୍ରେସର ବୋଲି କୁହାଯାଉଛି। ତେବେ ଯୁବକଙ୍କ ପରିଚୟ କ’ଣ ଏବଂ ଅବସ୍ଥା ଏବେ କିପରି ଅଛି ତାହା ଏଯାବତ୍‌ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର