ଟଙ୍କା ନେଇ ପାଠ ପଢ଼ାଇବାକୁ ମନା କରୁଥିଲେ ଶିକ୍ଷକ, ଟଙ୍କା ନ ଫେରାଇ ଅସଦାଚରଣ କରିବାରୁ ବିଚ୍‌ ରାସ୍ତାରେ ଶିକ୍ଷକଙ୍କୁ ପିଟିଲେ ଛାତ୍ରୀ

ମହୋବା(ଉତ୍ତରପ୍ରଦେଶ) : ପଢ଼ାଇବା ପାଇଁ ଟଙ୍କା ନେଇ ପରେ ପଢ଼ାଇବାକୁ ମନା କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଟଙ୍କା ମାଗିବା ପରେ ଟଙ୍କା ନ ଦେବା ସହ ଛାତ୍ରୀଙ୍କ ସହ ଅସଦାଚରଣ କରିବାରୁ ଛାତ୍ରୀ ଜଣକ ନିଜ ସାଥୀମାନଙ୍କ ସହ ମିିଶି ଅଭିଯୁକ୍ତ ଶିକ୍ଷକଙ୍କ ମାଡ଼ ମାରିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ପୁଲିସ ।

viral-video-of-fighting-story-of-a-girl

ସୂଚନା ମୁତାବକ, ଆଲୋକ ରାଜପୁତ୍‌ ନାମକ ଜଣେ ଯୁବକ ଏକ ସରକାରୀ ସ୍କୁଲର ଶିକ୍ଷକ ଥିଲେ । ୩ ମାସ ପୂର୍ବରୁ କୋଚିଙ୍ଗ ଦେବା ବାହାନାରେ ସେ ଅପର୍ଣ୍ଣା ନାମକ ଜଣେ ଛାତ୍ରୀଙ୍କ ଠାରୁ ୩୦୦୦ଟଙ୍କା ନେଇଥିଲେ । ଟଙ୍କା ନେବାର ୩ ମାସ ହୋଇ ଯାଇଥିଲେ ମଧ୍ୟ ଆଲୋକ ଅପର୍ଣ୍ଣାଙ୍କୁ ପଢ଼ାଇ ନ ଥିଲେ । ଏହା ସହ ଟଙ୍କା ମାଗିବାରୁ ସେ ଅପର୍ଣ୍ଣାଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ । ଆଲୋକଙ୍କ ବ୍ୟବହାରରେ ରାଗି ଯାଇ ଅପର୍ଣ୍ଣା ନିଜ ସାଥୀଙ୍କ ସହ ଯାଇ ଆଲୋକଙ୍କୁ ମାଡ଼ ମାରିବା ସହ ପୁଲିସ ଜିମା ଦେଇଥିଲେ ।

ସମ୍ବନ୍ଧିତ ଖବର